ବଡ଼ ଭାଇର ତୀର ମାଡ଼ରେ ସାନ ଭାଇ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 11, 2020

ବଡ଼ ଭାଇର ତୀର ମାଡ଼ରେ ସାନ ଭାଇ ଗୁରୁତର

ଉଦଳା(ମାନସ ପାଣି): ମୂୟରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ହୁଡ଼ିସାହି ଗାଁରେ ବଡ଼ ଭାଇର ତୀର ମାଡ଼ରେ ସାନଭାଇ ଗୁରୁତର ହୋଇଛି। ଗୁରୁତର ଥିବା ସାନ ଭାଇର ନାଁ ଶିବନ ହେମ୍ୱ୍ରମ। ବଡଭାଇର ନାଁ ମାନସିଂ ହେମ୍ୱ୍ରମ।

ସୂଚନା ଅନୁସାରେ, ପୂର୍ବରୁ ଏହି ଦୁଇ ଭାଇଙ୍କ ମଧ୍ୟରେ ଜମିଜମାକୁ ନେଇ ବିବାଦ ରହି ଆସିଥିଲା। ଗତକାଲି ରାତିରେ ଶିବନ ଘରେ ଶୋଇଥିବା ବେଳେ ବଡ଼ଭାଇ ମାନସିଂ ତାଙ୍କୁ ତୀର ମାଡ଼ କରିଥିଲା। ତୀରଟି ଶିବନଙ୍କ ଛାତିରେ ପଶିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବଡ଼ ଭାଇ ମାନସିଂଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2SVWPvr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages