ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ଜଣେ ଡାକ୍ତରଙ୍କ କାନ ଛିଣ୍ଡାଇ ଦେଇଛନ୍ତି।
ଆହତ ଡାକ୍ତରଙ୍କ ନାଁ ସକିଲ୍ ଖାନ୍। ଅଭିଯୁକ୍ତ ଯୁବକ ହେଉଛନ୍ତି ଜଣେ ପ୍ରସୂତିଙ୍କ ସଂପର୍କୀୟ। ସେ ଲେବର୍ ରୁମ୍କୁ ପ୍ରବେଶ କରିବା ଚାହୁଥିଲେ। ତେବେ ଡାକ୍ତର ସକିଲ୍ ତାଙ୍କୁ ଅନୁମତି ଦେଇ ନଥିଲେ। ଫଳରେ ଯୁବକ ଜଣଙ୍କ ରାଗି ଯାଇ ତାଙ୍କୁ ଆକ୍ରମଣ କରି କାନ ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି। ନିକଟସ୍ଥ ଫାଣ୍ଡି ପୁଲିସ୍ ଅଭିଯୁକ୍ତଙ୍କୁ ଅଟକ ରଖିଛି। ନିଜେ ସଦର ଏସ୍ଡିପିଓ ଘଟଣାର ତଦନ୍ତ କରୁଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ମେଡିକାଲ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି।
from Odisha Reporter https://ift.tt/2SRBwv9
No comments:
Post a Comment