ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସାରା ଦେଶକୁ ଲକଡାଉନ କରାଯାଇଛି। ଏହା ପରେ ବି ଦେଶରେ ମହାମାରୀ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୬୨,୯୩୯ଟି କରୋନା ପଜିଟିଭି ମାମଲା ଚିହ୍ନଟ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରବିବାର ଜାରି କରାଯାଇଥିବା ତଥ୍ୟ ଅନୁସାରେ କୋଭିଡ୍-୧୯ କାରଣରୁ ଦେଶରେ ଏଯାବତ ୨,୧୦୯ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।
ଦେଶରେ ବଢ଼ି ବଢ଼ି ଚାଲିଛି କୋଭିଡ୍-୧୯ ସଙ୍କଟ। ଏଯାବତ ପ୍ରାୟ ୬୩ ହଜାର ଲୋକ କରୋନା ଭୂତାଣୁ ସଂକ୍ରମିତ ଥିବା ଚିହ୍ନଟ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩,୨୭୭ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୧୨୮ ଜଣ କୋଭିଡ୍-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ୧୯,୩୫୮ ଜଣ କୋଭିଡ୍-୧୯ ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ସୁସ୍ଥ ମଧ୍ୟ ହୋଇଛନ୍ତି। ସଂକ୍ରମଣରୁ ସୁସ୍ଥ ହେବା ହାର ୩୦.୭ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ଆଗାମୀ ୧୭ ତାରିଖ ଯାଏ ଲକଡାଉନ ଲାଗୁ ରହିବ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଯୋଗୁ ସର୍ବାଧିକ ପ୍ରଭାବିତ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ପାର କରିଛି। ଶନିବାର ମହାରାଷ୍ଟ୍ରରେ ୧୧୬୫ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଠାରେ ସର୍ବମୋଟ ୨୦୨୨୮ ଟି କରୋନା ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଶନିବାର ସୁଦ୍ଧା ଏଠାରେ ୪୮ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମହାରାଷ୍ଟ୍ରରେ ଶନିବାର ସୁଦ୍ଧା ମୋଚ ୭୭୯ ଜଣଙ୍କ କୋଭିଡ୍-୧୯ ଜନିତ ମୃତ୍ୟୁ ହୋଇଥିବା ସୂଚନା ରହିଛି। ତେବେ କେବଳ ମୁମ୍ବାଇରେ ୧୨୮୬୪ ଟି କରୋନା ପଜିଟିଭ୍ ମାମଲା ରହିଥିବା ବେଳେ ୪୮୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
from Odisha Reporter https://ift.tt/2WLFUwK
No comments:
Post a Comment