କଟକ(ଓଡ଼ିଶା ରିପୋର୍ଟର): ଲକ୍ଡାଉନ୍ କଟକଣା ଯୋଗୁ ଦୀର୍ଘ ଦିନର ବ୍ୟବଧାନ ପରେ ସରକାରୀ ଚାକିରିଆଙ୍କ ପାଇଁ କଟକରୁ ଭୁବନେଶ୍ୱର ଆଜି ଗଡ଼ିଲା OSRTCର ଗୋଟିଏ ବସ୍। CDA-୯ ଛକରୁ ବସ୍ଟି ବାହାରି ଥିବା ବେଳେ ସତୀଚୌରା ବାଦାମବାଡ଼ି ଦେଇ ଭୁବନେଶ୍ୱର ଅଭିମୁଖେ ଗଡ଼ିଥିବା ଜଣାଯାଇଛି। ଏହି ବସ୍ଟି ଆଚାର୍ଯ୍ୟ ବିହାର, ଏଜି ଛକ ଦେଇ ୯ ତାଲାରେ ଲାଗିବ।
ସରକାରୀ ଚାକିରିଆଙ୍କ ସୁବିଧା ପାଇଁ ଆଜିଠୁ ଗୋଟିଏ ବସ୍ ଚାଲିବ ବୋଲି ଗତକାଲି ପରିବହନ ମନ୍ତ୍ରୀ କହିଥିଲେ। ବସ୍ଟି ଅଫିସ୍ ଟାଇମ୍ରେ ଯାଆସ କରିବା ସହିତ ଏଥିନିମନ୍ତେ ଭଡ଼ା ୩୦ ଟଙ୍କା ଧାର୍ଯ୍ୟ କରାଯାଇଛି। ବସ୍ଟିକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଥିବା ବେଳେ ମାସ୍କ ପିନ୍ଧିଛନ୍ତି ସମସ୍ତ ଯାତ୍ରୀ।
ବସ୍ଟି ସକାଳ ୯ଟାରୁ କଟକ ଛାଡ଼ିଥିବା ବେଳେ ସନ୍ଧ୍ୟା ୫ଟାରେ ୯ ତାଲା ନିକଟରୁ ଛାଡ଼ିବ ବୋଲି ଜଣାଯାଇଛି। ଏହି ବସ୍ରେ ୪୦ ସିଟ୍ ଥିବା ବେଳେ ଏଥିରେ କେବଳ ୨୦ରୁ ୨୩ ଜଣ ଯାତ୍ରୀ ଯିବା ନିମନ୍ତେ ଅନୁମତି ମିଳିଥିବା ଏହାର ଡ୍ରାଇଭର କହିଛନ୍ତି। ମୁଖ୍ୟତଃ ବିଧାନସଭା କର୍ମଚାରୀ ତଥା ଓଏସ୍ଆରଟିସି କର୍ମଚାରୀଙ୍କୁ ଏହି ବସ୍ରେ ଯିବା ନିମନ୍ତେ ଅନୁମତି ମିଳିଛି। ସେମାନେ ପରିଚୟପତ୍ର ଦେଖାଇ ବସ୍ରେ ଚଢ଼ି ପାରିବେ ବୋଲି ଡ୍ରାଇଭର କହିଛନ୍ତି।
from Odisha Reporter https://ift.tt/2X54067
No comments:
Post a Comment