ଗଞ୍ଜାମରେ ୨୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଅନ୍ୟ ଜିଲ୍ଲା ଗୁଡ଼ିକର ସ୍ଥିତି କ’ଣ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 12, 2020

ଗଞ୍ଜାମରେ ୨୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଅନ୍ୟ ଜିଲ୍ଲା ଗୁଡ଼ିକର ସ୍ଥିତି କ’ଣ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୧୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବାକି ୪୧୯ ଜଣ ଚିକିତ୍ସାଧୀନ ରହିଛନ୍ତି।

୧୦୧ଟି ନୂଆ କେସ୍ ମଧ୍ୟରୁ କେବଳ ୫୨ ଜଣ ହେଉଛନ୍ତି ଗଞ୍ଜାମ ଜିଲ୍ଲାର। ଫଳରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ପାର କରିଯାଇଛି। ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ବାକି ସମସ୍ତେ ଚିକିତ୍ସାଧୀନ ଅଛନ୍ତି।

ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ବାଲେଶ୍ୱର। ୩୩ ନୂଆ ମାମଲା ସହିତ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୧୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭୯ ଜଣ ଚିକିତ୍ସାଧୀନ ଅଛନ୍ତି।

ତାଲିକାର ତୃତୀୟ ସ୍ଥାନରେ ରହିଛି ଯାଜପୁର ଜିଲ୍ଲା। ୭ ଜଣ ନୂଆ ଆକ୍ରାନ୍ତଙ୍କ ସହିତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩୩ ସୁସ୍ଥ ହୋଇଥିବା ବେଳେ ୩୮ ଜଣ ଚିକିତ୍ସାଧୀନ ଅଛନ୍ତି।

ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ନାହିଁ। ଏଠାରେ ୫୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୭ ଜଣ ସୁସ୍ଥ ହୋଇସାରିଲେଣି। ୧୧ ଜଣ ଚିକିତ୍ସାଧୀନ ରହିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି।

ଭଦ୍ରକରେ ୩୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୫ ଜଣ ସୁସ୍ଥ ହୋଇଛନ୍ତି ଓ ବାକିମାନେ ଚିକିତ୍ସାଧୀନ ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ୭ଟି ନୂଆ କେସ୍‌ ସାମ୍ନାକୁ ଆସିଛି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣ ସୁସ୍ଥ ହୋଇଥିବା ବେଳେ ୧୩ ଜଣ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟ କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ହୋଇଛନ୍ତି, ଜାଣନ୍ତୁ
ଅନୁଗୋଳ-୧୫ (ଚିକିତ୍ସାଧୀନ), କେନ୍ଦ୍ରାପଡ଼ା- ୯ (୨ ସୁସ୍ଥ, ୭ ଚିକିତ୍ସାଧୀନ), ମୟୂରଭଞ୍ଜ- ୯ (ଚିକିତ୍ସାଧୀନ), ଜଗତସିଂହପୁର- ୫ (ଚିକିତ୍ସାଧୀନ), ବୌଦ୍ଧ- ୪ (ଚିକିତ୍ସାଧୀନ), କେନ୍ଦୁଝର- ୪ (ଚିକିତ୍ସାଧୀନ), ପୁରୀ- ୪ (୧ ସୁସ୍ଥ, ୩ ଚିକିତ୍ସାଧୀନ), କଟକ- ୩ (୧ ସୁସ୍ଥ, ୨ ଚିକିତ୍ସାଧୀନ), ବଲାଙ୍ଗୀର- ୨ (ଚିକିତ୍ସାଧୀନ), ଝାରସୁଗୁଡ଼ା-୨ (ସୁସ୍ଥ), କଳାହାଣ୍ଡି-୨ (ସୁସ୍ଥ), ଦେବଗଡ଼- ୧ (ସୁସ୍ଥ), ଢେଙ୍କାନାଳ- ୧ (ସୁସ୍ଥ), କୋରାପୁଟ-୧ (ଚିକିତ୍ସାଧୀନ) ଓ ନୟାଗଡ଼-୧ (ଚିକିତ୍ସାଧୀନ)।



from Odisha Reporter https://ift.tt/3bnfIxL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages