ପୁରୀ (ଓଡ଼ିଶା ରିପୋର୍ଟର): ତିନି ଦିନ ହେଲାଣି ପୁରୀରେ ରଥ କାମ ଆରମ୍ଭ ହୋଇଛି। ତେବେ ରଥ କାମରେ ନିୟୋଜିତ ଥିବା ସେବାୟତମାନେ ଆଜି ଠାରୁ କ୍ୱାରେଣ୍ଟାଇନ୍ରେ ରହିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା।
ସେ କହିଛନ୍ତି, ସେବାୟତଙ୍କୁ କ୍ୱାରେଣ୍ଟାଇନ୍ରେ ରଖିବା ପାଇଁ ୩ଟି ଭକ୍ତନିବାସର ବ୍ୟବସ୍ଥା କରାଯାଇଛି। ଏଯାବତ୍ ୧୪୦ ଜଣ ସେବାୟତଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଛି। ଲକ୍ଷଣ ଦେଖାଦେଲେ ସେବାୟତଙ୍କ କରୋନା ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି।
ଅନ୍ୟପକ୍ଷରେ ଆଜି ତୃତୀୟ ଦିନରେ ରଥ ନିର୍ମାଣ କାମ ପହଞ୍ଚି ଥିବା ବେଳେ ବିଶ୍ୱକର୍ମା ସେବାୟତମାନେ ଏବେ ତୁମ୍ବ ତିଆରି କାର୍ଯ୍ୟରେ ଲାଗିଛନ୍ତି। ସେହିପରି କଣଗୁଜରେ ଖୋଦେଇ କାମରେ ବ୍ୟସ୍ତ ଅଛନ୍ତି ରୂପକାର ସେବାୟତ। ପୁଣି ପନ୍ଦାରୀ ବଳା ନିର୍ମାଣରେ ଲାଗିଛନ୍ତି କମାର ସେବକ। ୧୫ ତାରିଖ ସୁଦ୍ଧା ଦୁଇ ଦୁଇଟି ଚକ ଅଖ ସଂଯୋଗ କାମ କିଭଳି ହେବ, ସେନେଇ ଜୋରସୋରରେ ଆଗେଇ ଚାଲିଛି କାମ।
from Odisha Reporter https://ift.tt/2xPSPpd
No comments:
Post a Comment