ମାଳଦ୍ୱୀପରୁ ଭାରତୀୟଙ୍କୁ ନେଇ କୋଚି ପହଞ୍ଚିଲା ଜାହାଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 10, 2020

ମାଳଦ୍ୱୀପରୁ ଭାରତୀୟଙ୍କୁ ନେଇ କୋଚି ପହଞ୍ଚିଲା ଜାହାଜ

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଲାଗି ଭାରତ ସମେତ ଅନେକ ଦେଶକୁ ଲକଡାଉନ କରାଯାଇଛି। ଏଭଳି ସ୍ଥିତିରେ ଅନେକ ଭାରତୀୟ ଦେଶ ବାହାରେ ଫସି ରହିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଲଣ୍ଡନରୁ ଭାରତୀୟଙ୍କ ପ୍ରଥମ ଗ୍ରୁପ୍ ମୁମ୍ବାଇ ଆସି ପହଞ୍ଚିଥିବା ବେଳେ ଆଜି ମାଳଦ୍ୱୀପରୁ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ୧୯ଜଣ ଗର୍ଭବତୀ ଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ମାଳଦ୍ୱୀପରେ କରୋନା ଲକଡାଉନ କାରଣରୁ ଫସି ରହିଥିବା ଭାରତୀୟଙ୍କୁ ସ୍ୱଦେଶକୁ ଫେରାଇ ଆଣିବାକୁ ଗୁରୁବାର ଭାରତୀୟ ନୌସେନାର ଆଇଏନଏସ ଜଳାଶ୍ୱ ଜାହାଜ ମାଳେଠାରେ ପହଞ୍ଚିଥିଲା। ତେବେ ଆଜି ଅର୍ଥାତ ରବିବାର ସକାଳେ ମାଳେରୁ ୬୯୮ଜଣ ଭାରତୀୟଙ୍କୁ ନେଇ କୋଚି ବନ୍ଦରଠାରେ ପହଞ୍ଚିଛି, ଯେଉଁମାନଙ୍କ ମଧ୍ୟରେ ୧୯ଜଣ ଗର୍ଭବତୀ ମଧ୍ୟ ଅଛନ୍ତି।

ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଦେଶକୁ ଫେରାଇ ଆଣିବା ଲାଗି ଭାରତ ସରକାର ଭାରତ ମିଶନ୍ ନାମରେ ଅଭିଯାନ ଆରମ୍ଭ କରିଛି। ଏନେଇ ଭାରତୀୟ ନୌସେନା ଅପରେସନ ସମୁଦ୍ର ସେତୁ ଆରମ୍ଭ କରି ବିଦେଶରୁ ନାଗରିକଙ୍କୁ ସ୍ୱଦେଶ ବାହୁଡ଼ା କରାଉଛି। ଆଇଏନଏସ ଜଳାଶ୍ୱରେ କୋଭିଡ୍-୧୯ ବ୍ୟାଧିକୁ ଦୃଷ୍ଟିରେ ରଖି ସମସ୍ତ ଆବଶ୍ୟକ ସୁରକ୍ଷା ଜନିତ ଉପକରଣ ଯୋଗାଇ ଦିଆଯାଇଛି। ଜାହାଜରେ ଚିକିତ୍ସା ଉପକରଣ, ସୁରକ୍ଷା କିଟ୍, ଶାରିରୀକ ଦୂରତା ନେଇ ବିଶେଷ ଧ୍ୟାନ ଦିଆଯାଇଥିବା ବେଳେ ପ୍ରଶାସନିକ ସହାୟତାକ କର୍ମୀ ମଧ୍ୟ ସହାୟତା ପାଇଁ ମୁତୟନ କରାଯାଇଛି।

ପ୍ରକାଶ ଥାଉ କି, ବ୍ରିଟେନରେ କରୋନା ଲକଡାଉନ ଲାଗି ଫସି ରହିଥିବା ଭାରତୀୟମାନଙ୍କ ମଧ୍ୟରୁ ପ୍ରଥମ ଗ୍ରୁପରେ ୩୨୬ଜଣ ଗତକାଲି ବିଳମ୍ବିତ ରାତିରେ ଭାରତ ଫେରିଛନ୍ତି। ସୂତ୍ର ଅନୁସାରେ, ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ସେମାନଙ୍କୁ ଲଣ୍ଡନରୁ ଭାରତ ନେଇ ଆସିଛି। ଶନିବାର ରାତି ପ୍ରାୟ ୧.୩୦ ବେଳେ ଏହି ସ୍ୱତନ୍ତ୍ର ବିମାନଟି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା।



from Odisha Reporter https://ift.tt/2YOJHfC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages