୨୫ ତାରିଖରୁ ଉଡ଼ିବ ବିମାନ, ଜାରି ହେଲା ଗାଇଡଲାଇନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 20, 2020

୨୫ ତାରିଖରୁ ଉଡ଼ିବ ବିମାନ, ଜାରି ହେଲା ଗାଇଡଲାଇନ

ନୂଆଦିଲ୍ଲୀ: କରୋନା ଲକଡାଉନ ମଧ୍ୟରେ ଆସନ୍ତା ୨୫ ତାରିଖରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବ। ତେବେ ଘରୋଇ ବିମାନ ସେବା ବ୍ୟବହାର କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏସଓପି ଜାରି କରିଛି।

ବିମାନରେ ଯାତ୍ରା କରିବା ପୂର୍ବରୁ କ’ଣ ସବୁ କରିବାକୁ ପଡ଼ିବ ଓ କାହାକୁ ଉଡ଼ାଣ ପାଇଁ ଅନୁମତି ମିଳିବ, ସେନେଇ ଗାଇଡଲାଇନରେ ବିସ୍ତୃତ ତଥ୍ୟ ଦିଆଯାଇଛି।

ଗାଇଡଲାଇନ ଅନୁଯାୟୀ-

୧-ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ବାଧ୍ୟତାମୂଳକ କରାଯାଇଛି। ସେହିପରି ୧୪ ବର୍ଷର କମ ବୟସ୍କଙ୍କୁ ଛାଡ଼ି ଆଉ ସମସ୍ତେ ସେମାନଙ୍କ ମୋବାଇଲରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରି ପଞ୍ଜୀକରଣ କରିବେ। ଯଦି କୌଣସି ଯାତ୍ରୀଙ୍କ କରୋନା ଟ୍ରାକ ଆପ ଆରୋଗ୍ୟ ସେତୁ ନଥିବ କିମ୍ବା ଏଥିରେ ଗ୍ରୀନ ଲାଇଟ ଜଳୁ ନଥିବ, ତା’ହେଲେ ସେମାନଙ୍କୁ ଏୟାରପୋର୍ଟ ପ୍ରବେଶ ଅନୁମତି ମିଳିବ ନାହିଁ।

୨-ବିମାନ ଛାଡ଼ିବା ସମୟର ଦୁଇ ଘଣ୍ଟା ଆଗରୁ ଯାତ୍ରୀମାନଙ୍କୁ ଏୟାରପୋର୍ଟରେ ପହଞ୍ଚିବାକୁ ପଡ଼ିବ।

୩-ଯେଉଁ ଯାତ୍ରୀମାନଙ୍କ ବିମାନ ୪ ଘଣ୍ଟା ମଧ୍ୟରେ ରହିଥିବ, ସେହିମାନଙ୍କୁ ହିଁ ଏୟାରପୋର୍ଟ ଟର୍ମିନାଲକୁ ଛଡ଼ାଯିବ।

୪-ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କ ଯାତାୟାତ ପାଇଁ ସମସ୍ତ ସୁବିଧା ଯୋଗାଇ ଦେବେ।

୫-କେବଳ ବ୍ୟକ୍ତିଗତ ଗାଡ଼ି ଓ ଅନୁମତି ପ୍ରାପ୍ତ କ୍ୟାବରେ ହିଁ ଯାତ୍ରୀମାନେ ବିମାନବନ୍ଦରକୁ ଆସି ପାରିବେ।

୬-ସମସ୍ତ ଯାତ୍ରୀ ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ବାଧ୍ୟ।

୭-ସାମାଜିକ ଦୂରତା ପାଇଁ ବିମାନଗୁଡ଼ିକର ସିଟରେ ଟେପ୍‌ଡ୍‌ ଅଫ କିମ୍ବା ମାର୍କିଂ କରାଯିବ।

୮-ସମସ୍ତ ବିମାନ କର୍ମଚାରୀ ନିଜ ପାଖରେ ସାନିଟାଇଜର ରଖିବେ ଓ ପିପିଇ ପରିନ୍ଧାନ କରିବେ।

୯-ଆସିବା ବେଳେ କିମ୍ବା ଯିବା ବେଳେ ଟ୍ରଲିର ବ୍ୟବହାର ହୋଇପାରିବ ନାହିଁ। ଜରୁରୀ ସେବା କ୍ଷେତ୍ରରେ ହିଁ ସାନିଟାଇଜ କରି ଏହାକୁ ଅନୁମତି ଦିଆଯିବ।

୧୦-ଏୟାରପୋର୍ଟ ଅଧିକାରୀମାନେ ଯାତ୍ରୀଙ୍କ ବ୍ୟାଗଗୁଡ଼ିକୁ ସାନିଟାଇଜ କରିବା ପାଇଁ ବ୍ୟବସ୍ଥା କରିବେ।

୧୧-ଟର୍ମିନାଲର ସମସ୍ତ ଗେଟ୍‌ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଖୋଲା ରହିବ।

୧୨-ପ୍ରବେଶ ପଥ, ସ୍କ୍ରିନିଂ ଜୋନ ଓ ଟର୍ମିନାଲସରେ ଗୋଟିଏ ମିଟିର ଦୂରତା ଯାତ୍ରୀମାନଙ୍କ ମଧ୍ୟରେ ରଖିବା ପାଇଁ ଗୋଲେଇ କିମ୍ବା ଷ୍ଟ୍ରିକର ମରାଯିବ।

୧୩- ବ୍ଲିଚିଂ ଭିଜା ମ୍ୟାଟ କିମ୍ବା କାରପେଟକୁ ଯାତ୍ରୀଙ୍କ ଜୋତା ସାନିଟାଜ କରିବାକୁ ରହିବ।

୧୪-ଖବରକାଗଜ କିମ୍ବା ମ୍ୟାଗାଜିନକୁ ଟର୍ମିନାଲ ବିଲଡିଂରେ କାହାକୁ ମିଳିବ ନାହିଁ।

୧୫-ଭୂତାଣୁ ଜନିତ ରୋଗରେ ପୀଡ଼ିତ କର୍ମଚାରୀଙ୍କୁ ବିମାନବନ୍ଦର ପରିସରରେ ପ୍ରବେଶ ଅନୁମତି ମିଳିବ ନାହିଁ।

୧୬-ବିମାନ ଲ୍ୟାଣ୍ଡ କରିବା ପରେ ପର୍ଯ୍ୟାୟକ୍ରମେ ଯାତ୍ରୀଙ୍କୁ ବାହାରକୁ ଆସିବା ପାଇଁ ଅନୁମତି ମିଳିବ।

ମେ’ ୨୫ରୁ ବିମାନ ସେବା ଆରମ୍ଭ ହେଉଥିଲେ ହେଁ ଅନ୍ତର୍ଜାତୀୟ ବିମାନ ସେବା ସମ୍ପର୍କରେ ସରକାର କିଛି କହିନାହାନ୍ତି।



from Odisha Reporter https://ift.tt/2ZqBTRo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages