ବ୍ରହ୍ମପୁର(ଜଗନ୍ନାଥ ସାହୁ): କ୍ୱାରେଣ୍ଟାଇନ୍ ସେଣ୍ଟରରେ ଶିଶୁପୁତ୍ରକୁ ଜନ୍ମ ଦେଲେ ଜଣେ ପ୍ରବାସୀ ମହିଳା। ଏଭଳି ଘଟଣା ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ମର୍ଦ୍ଦରାଜକୋଟ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଘଟିଛି।
ଗତକାଲି ଅପରାହ୍ନ ପ୍ରାୟ ୪ଟା ବେଳେ ସନ୍ତୋଷିନୀ ପ୍ରଧାନୀ ନାମ୍ନୀ ମହିଳାଙ୍କର ଗର୍ଭ ଯନ୍ତ୍ରଣା ହୋଇଥିଲା। କ୍ୱାରେଣ୍ଟାଇନ୍ ସେଣ୍ଟର ଦାୟିତ୍ୱରେ ଥିବା ଲୋକେ ତୁରନ୍ତ ସ୍ଥାନୀୟ ଅଶା କର୍ମୀ ଓ ଡାକ୍ତରଙ୍କୁ ଏନେଇ ଜଣାଇଥିଲେ। ଏହାପରେ ଡାକ୍ତରୀ ଟିମ୍ ଓ ଆଶାକର୍ମୀ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ପ୍ରସବ କରାଇଥିଲେ। ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ପରେ ମା’ଶିଶୁକୁ ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଉଭୟ ମା’ ଶିଶୁ ସୁସ୍ଥ ଥିବା ଡାକ୍ତର କହିଛନ୍ତି।
ସନ୍ତୋଷିନୀ ଛଅ ଦିନ ତଳେ ସ୍ୱାମୀ ଓ ଦୁଇ ଝିଅଙ୍କ ସହ ସୁରତରୁ ଓଡ଼ିଶା ଫେରିଥିଲେ। ତାଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା। ସନ୍ତୋଷିନୀଙ୍କ ଶ୍ୱଶୁର ଘର ମର୍ଦମେଖ ପଞ୍ଚାୟତ ବଡ଼ ଗଡ଼ିଆଳିରେ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/35TCDzP
No comments:
Post a Comment