‘ଲୋକାଲ୍ ଭୋକାଲ୍’ କ’ଣ? ଜାଣନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବାର ଉଦ୍ଦେଶ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 12, 2020

‘ଲୋକାଲ୍ ଭୋକାଲ୍’ କ’ଣ? ଜାଣନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବାର ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ମଙ୍ଗଳବାର ଦେଶକୁ ଉଦବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମୁକାବିଲା ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ସମୟରେ ଦେଶବାସୀଙ୍କୁ ଆତ୍ମନିର୍ଭର କରିବାକୁ କହିଛନ୍ତି। ଏହି ଅବସରରେ ସେ କିଛି ଟିପ୍ସ ବା ମନ୍ତ୍ର ମଧ୍ୟ ଦେଇଛନ୍ତି। ଲୋକାଲକୁ ଭୋକାଲରେ ପରିଣତ କରିବା ଉପରେ ମୋଦି ଜୋର ଦେଇଛନ୍ତି।

ସେ କହିଛନ୍ତି ଦେଶକୁ ଆଗକୁ ବଢ଼ିବାକୁ ହେଲେ ସ୍ଥାନୀୟ ଜିନିଷକୁ ଲୋକମାନେ ଅଧିକ ଗୁରୁତ୍ୱ ଦେବା ଦରକାର। ଏଥିପାଇଁ ସେହି ସ୍ଥାନୀୟ ଜିନିଷର ପ୍ରଚାର ଲୋକମାନେ ମଧ୍ୟ କରିବା ଦରକାର। ଏହି ଲୋକାଲା ବା ସ୍ଥାନୀୟ ଜିନିଷର ଚାହିଦା ବଢ଼ିଲେ କିଭଳି ବିଶ୍ୱ ବଜାରରେ ବିକ୍ରି କରିହେବ ସେ ନେଇ ଚେନ୍ ତିଆରି କରାଯିବ ବୋଲି ମୋଦି କହିଛନ୍ତି। ମୋଦି ଏଭଳି କହି ଦେଶକୁ ଚୀନ୍ ଜିନିଷକୁ ପରୋକ୍ଷରେ ବୟକଟ କରିବାକୁ ଆହ୍ୱାନ କରିଛନ୍ତି। ଚୀନ୍, ଆମେରିକା ଆଦି ଅନ୍ୟାନ୍ୟ ଦେଶ ସହିତ ଭାରତର କୂଟନୀତିକ ସମ୍ପର୍କ ରହିଛି। ଭାରତର ଅନେକ ଜିନିଷ ମଧ୍ୟ ଅନ୍ୟ ଦେଶରେ ବିକ୍ରି ହେଉଛି। ତେଣୁ ପରୋକ୍ଷରେ ଚୀନ୍ ଜିନିଷକୁ ବ୍ୟବହାର ନକରି ସ୍ୱଦେଶୀ ଜିନିଷ ବ୍ୟବହାର କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ବୋଲି କୁହାଯାଉଛି।

ଆଜିର ବଡ଼ ବଡ଼ ବ୍ରାଣ୍ଡ ଦିନେ ଲୋକାଲ୍‌ ଥିଲା। ସେଠାକାର ଲୋକେ ଏଗୁଡ଼ିକୁ ବ୍ୟବହାର କରିବା ଓ ପ୍ରଚାର ପ୍ରସାର କରିବା ଦ୍ୱାରା ଏହା ଗ୍ଲୋବାଲ୍‌ ବ୍ରାଣ୍ଡରେ ପରିଣତ ହୋଇଛି। ସେହିଭଳି ଆମକୁ ବି କରିବାକୁ ପଡ଼ିବ। ଏହାଦ୍ୱାରା ଆମର ଲୋକାଲ ପ୍ରଡକ୍ଟ ବା ଜିନିଷ ଦିନେ ଗ୍ଲୋବାଲ୍ ବ୍ରାଣ୍ଡ ହୋଇପାରିବ ବୋଲି ସେ କହିଛନ୍ତି।

ଏହି ଅବସରରେ ସେ ଖଦି ଓ ହ୍ୟାଣ୍ଡଲୁମ୍‌ର ଉଦାରଣ ମଧ୍ୟ ଦେଇଛନ୍ତି ମୋଦି। ଦିନେ ଖଦି ଓ ଓ ହ୍ୟାଣ୍ଡଲୁମର ବ୍ୟବହାର କରିବା କଥା ସେ କହିଥିଲେ। ଏବେ ଏହା ଦେଶରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଲୋକମାନେ ମଧ୍ୟ ହାତ ତିଆରି ଜିନିଷ ଓ ଖଦିରେ ତିଆରି ପୋଷାକ ପ୍ରତି ରୁଚି ରଖିବା ଆରମ୍ଭ କରିଛନ୍ତି। ଯାହାକି ଖଦି ଓ ହ୍ୟାଣ୍ଡଲୁମକୁ ରେକର୍ଡ ସ୍ତରରେ ପହଞ୍ଚାଇଛି। ଏବେ ସମାନ ରଣନୀତି ଆଧାରରେ ଲୋକାଲ ପ୍ରଡକ୍ଚକୁ କିଣିବା ଦରକାର ଏବଂ ପ୍ରଚାର କରିବା ଦରକାର ବୋଲି ମୋଦି ଆହ୍ୱାନ କରିଛନ୍ତି।



from Odisha Reporter https://ift.tt/2zuFG5k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages