ଗାଁ ମୁଖିଆଙ୍କୁ ହତ୍ୟା କରି ରାତିସାରା ଶବ ନିକଟରେ ବସି ରହିଥିଲା ହତ୍ୟାକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 26, 2020

ଗାଁ ମୁଖିଆଙ୍କୁ ହତ୍ୟା କରି ରାତିସାରା ଶବ ନିକଟରେ ବସି ରହିଥିଲା ହତ୍ୟାକାରୀ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଗାଁ ମୁଖିଆଙ୍କୁ ହତ୍ୟା କରି ରାତିସାରା ମୃତଦେହକୁ ଜଗିରହିଲା ହତ୍ୟାକାରୀ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ହଳଦୀ ଗାଁରେ। ମୃତକଙ୍କ ନାଁ ମିନିଚାନ୍ଦ ଚୌହାନ। ପୁଲିସ୍ ଅଭିଯୁକ୍ତ ହିରଣ୍ୟ ବାଘଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ହିରଣ୍ୟ ବହୁ ବର୍ଷ ତଳେ ଜମାଦାରପଡ଼ା ଗାଁର ତଳସୀରାମ ହାତୀଙ୍କ ଝିଅଙ୍କୁ ବିବାହ କରିଥିଲା। ବିବାହ ପରଠାରୁ ତାଙ୍କ ପରିବାରରେ କଳହ ଲାଗି ରହୁଥିଲା। ଏହି ବିବାଦର ସମାଧାନ ପାଇଁ ଜମାଦାରପଡ଼ା ଗାଁ ମୁଖିଆ ମିନିଚାନ୍ଦଙ୍କୁ ନେଇ ବାରମ୍ବାର ବୈଠକ ବସୁଥିଲା। ମିନିଚାନ୍ଦଙ୍କ ନେତୃତ୍ୱରେ କେତେଜଣ ଗ୍ରାମବାସୀ ଏହାର ସମାଧାନ କରି ଆସୁଥିଲେ। କିନ୍ତୁ ମିନିଚାନ୍ଦଙ୍କ ନିଷ୍ପତ୍ତିକୁ ମାନୁ ନଥିଲା ହିରଣ୍ୟ। ନିଜ ଇଚ୍ଛା ମୁତାବକ ନିଷ୍ପତ୍ତି ହେଉ ନଥିବାରୁ ମିନିଚାନ୍ଦଙ୍କ ଉପରେ ତା’ ରାଗ ବଢ଼ି ଚାଲିଥିଲା। ଆଉ ଶେଷରେ ସେ ତାଙ୍କୁ ମାରି ଦେବାକୁ ଯୋଜନା କରିଥିଲା।

ଗତକାଲି ରାତିରେ ମିନିଚାନ୍ଦ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ହଳଦୀ ଗାଁକୁ ଯାଇଥିଲେ। ହିରଣ୍ୟ ପରିବାରର କଳହ ବିଷୟରେ କଥା ହେବ ବୋଲି କହି ତାଙ୍କୁ ନିଜ ଘରକୁ ଡାକି ନେଇଥିଲା। ସେଠାରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ହିରଣ୍ୟ ଏକ ଟାଙ୍ଗିଆରେ ମିନିଚାନ୍ଦଙ୍କୁ ହତ୍ୟା କରିଥିଲା। ତା’ପରେ ଶବକୁ ରାତିସାରା ଜଗି ବସିଥିଲା।

ଚନ୍ଦାହାଣ୍ଡି ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ହିରଣ୍ୟକୁ ଗିରଫ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।



from Odisha Reporter https://ift.tt/36ya9f4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages