କରୋନା ଭଳି ଏକ ଭାଇରସ କଦଳୀ ଚାଷକୁ ନଷ୍ଟ କରୁଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 26, 2020

କରୋନା ଭଳି ଏକ ଭାଇରସ କଦଳୀ ଚାଷକୁ ନଷ୍ଟ କରୁଛି

ନୂଆଦିଲ୍ଲୀ: କରେନା ଭାଇରସ ପାଇଁ ସମଗ୍ର ବିଶ୍ୱର ମାନବ ଜାତି ଏବେ ଦହଗଞ୍ଜ ହେଉଛି। ସ୍ଥିତିରେ ଏଯାବତ କୌଣସି ସୁଧାର ଆସିନାହିଁ। ଏହି ସମୟରେ ଆଉ ଏକ ଭାଇରସ ଆକ୍ରମଣ କରିଛି। ଯାହାକି କଦଳୀ ଚାଷକୁ ପ୍ରଭାବିତ କରୁଛି ବୋଲି ବୈଜ୍ଞାନିକ ମାନେ କହିଛନ୍ତି। ଏହି ଭାଇରସର ନାମ ‘ଫ୍ୟୁଜେରିୟମ୍ ଓ୍ୱିଲ୍ଟ ଟିଆର4’। ଏହାକୁ ବୈଜ୍ଞାନିକ ମାନେ କଦଳୀ ଗଛକୁ ଟାର୍ଗେଟ୍ କରୁଥିବା କରୋନା ଭାଇରସ ବୋଲି କହୁଛନ୍ତି।

ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଏହି ଭାଇରସର ପ୍ରଭାବ ଏବେ ଭରାତ ଉପରେ ପଡ଼ିବାକୁ ଯାଉଛି। ତାଇଓ୍ୱାନରେ ଏହି ଭାଇରସ ପ୍ରଥମେ ଚିହ୍ନଟ ହୋଇଛି ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏବେ ଏହି ଭାଇରସ ମଧ୍ୟ ପୂର୍ବ ଦେଶ, ଆଫ୍ରିକା ଆମେରିକା ପରେ ଏସିଆରେ ପହଞ୍ଚିଛି।

ଏହି ଭାଇରସ ପ୍ରଥମେ କଦଳୀ ଗଛର ପତ୍ର ଜରିଆରେ ନିଜର ପ୍ରଭାବ ବିସ୍ତାର କରିଥାଏ। ଏହାପରେ କଦଳୀ ଗଛକୁ ଏହି ଭାଇରସ ପ୍ରଭାବିତ କରିଥାଏ। ଏହାଦ୍ୱାରା କଦଳୀ ଗଛର ପତ୍ର ଝଡ଼ିଥାଏ। ସବୁଠାରୁ ବଡ଼ କଥା ହେଲା ଏହି ଫ୍ୟୁଜେରିୟମ୍ ଓ୍ୱିଲ୍ଟ ଟିଆର4’କୁ ରୋକିବା ପାଇଁ ଏଯାବତ କୌଣସି କୀଟନାଶକ ବାହାରି ନାହିଁ।

ତାମିଲନାଡୁ ତ୍ରିଚି ସ୍ଥିତ ନେଶନାଲ ରିସର୍ଚ୍ଚ ସେଣ୍ଟର ଫର୍ ବାନାନା (ଏନଆରସିବି)ର ନିର୍ଦ୍ଦେଶକ ଏସ୍ ଉମା କହିଛନ୍ତି, ଏହି ଭାଇରସ ଗଛ ଲତାଙ୍କ ପାଇଁ କରୋନା ଭାଇରସ ସଦୃଶ। ଏବେ ବିହାର ଏବଂ ଉତ୍ତର ପ୍ରଦେଶର ଏହି ଭାଇରସର ହଟସ୍ପଟ ରହିଛି। ଏହି ଭାଇରସକୁ ଟେଷ୍ଟ କରିବା ପାଇଁ ପ୍ରୟାସ ଚାଲିଛି।

ସେହିପରି ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ କହିଛି, ଗଛ ପାଇଁ ଟିଆର4 ଭାଇରସ ସବୁଠାରୁ ବିପଦ ଜନକ। ଏହି ଭାଇରସକୁ ରୋକିବା ପାଇଁ କ୍ୱାରେଣ୍ଟାଇନ୍ ଭଳି ନୀତି ଆପଣାଯାଉଛି। ଏହି ସଂକ୍ରମଣ ପାଇଁ ବିଶ୍ୱରେ ୨୬ ବିଲିଅନ୍ ଡଲାରର ବ୍ୟବସାୟ ନଷ୍ଟ ହୋଇଛି।

ସୂଚନାଯୋଗ୍ୟ, ଫ୍ୟୁଜେରିୟମ୍ ଓ୍ୱିଲ୍ଟ ପ୍ରଥମେ ୧୯୫୦ରେ ଦେଖାଯାଇଥିଲା। ସେତେବେଳେ ଏହି ଭାଇରସ କୌଣସି ପ୍ରକାରେ ରୋକ୍ ଲାଗିଥିଲା। ଏବେ ଏହା ପୁଣିଥରେ ସେହି ଭାଇରସ ବିକଶିତ ହୋଇ ବିସ୍ତାର କରିଛି ବୋଲି କୁହାଯାଉଛି।



from Odisha Reporter https://ift.tt/3ekwLCC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages