ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ ବରସୁଆଁ ଗାଁର ଏକ ଘରୁ ୯୬ ବସ୍ତା ପିଡିଏସ୍ ଚାଉଳ ଜବତ କରିଛି ପୁଲିସ୍। ଜଣଙ୍କ ଘରକୁ ଏତେ ପରିମାଣର ପିଡିଏସ୍ ଚାଉଳ କିପରି ଆସିଲା ତାହାର ଛାନଭିନ୍ ଆରମ୍ଭ ହୋଇଛି।
ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଏଥିରେ ବିଭାଗୀୟ ଅଧିକାରୀଙ୍କ ସମ୍ପୃକ୍ତି ଅଭିଯୋଗର ତଦନ୍ତ କରୁଛି ପୁଲିସ୍। ବିଭାଗୀୟ ଅଧିକାରୀଙ୍କ ସହାୟତା ବିନା ଏତେ ପରିମାଣର ପିଡ଼ିଏସ୍ ଚାଉଳ ହଡ଼ପ ସମ୍ଭବ ନୁହେଁ ବୋଲି କହିଛନ୍ତି ଉପଜିଲ୍ଲାପାଳ। ତେଣୁ ତଦନ୍ତ ପରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
from Odisha Reporter https://ift.tt/2WRPpe4
No comments:
Post a Comment