କରୋନାରେ ଆକ୍ରାନ୍ତ ଆଇପିଏସ ଅଫିସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 12, 2020

କରୋନାରେ ଆକ୍ରାନ୍ତ ଆଇପିଏସ ଅଫିସର

ନୂଆଦିଲ୍ଲୀ: ହାବିଲଦାର, ଇନସପେକ୍ଟର ପରେ ଜଣେ ଆଇପିଏସ ଅଫିସର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ଆଇପିଏସ ଅଫିସର ଦିଲ୍ଲୀ ଶାହଦର ଜିଲ୍ଲାରେ ନିୟୋଜିତ ଥିଲେ। ସୋମବାର କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସନ୍ଦେହ ହେବା ପରେ ତାଙ୍କୁ ଏବେ ନିଜ ଘରେ କ୍ୱାରେଣ୍ଟାଇନରେ ରଖାଯାଇଛି। ପୂର୍ବରୁ ଏହି ଆଇପିଏସ ଅଫିସରଙ୍କ ପିଏ କରୋନାରେ ଆକ୍ରାନ୍ତ ହୋଇଥିଲେ।

ଯୁବ ଆଇପିଏସ ଅଫିସର ହୋମ୍ କ୍ୱାରେଣ୍ଟାଇନରେ ରହିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଚାରି ଜଣଙ୍କୁ ମଧ୍ୟ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଥିବା ସୂଚନା ରହିଛି। ଶାହଦର ଡିସିପି ଅମିତ ଶର୍ମାଙ୍କୁ ଗଣମାଧ୍ୟମ ପ୍ରତିନିଧି ଏ ବାବଦରେ ସ୍ପଷ୍ଟୀକରଣ ରଖିବାକୁ କହିଥିଲେ ହେଲେ ସେ କିଛି କହିନଥିଲେ। ତେବେ ଦିଲ୍ଲୀ ପୁଲିସ କମିଶନର ଏସ ଏନ ଶ୍ରୀବାସ୍ତବ ଏ ନେଇ ସ୍ପଷ୍ଟ କରିଛନ୍ତି।

ଦିଲ୍ଲୀରେ ମଙ୍ଗଳବାର ୪୦୬ ଜଣ ନୁଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭, ୬୩୯ ଛୁଇଁଛି। ଏବେ ୫,୦୪୧ ଜଣ ଆକ୍ରାନ୍ତ ରହିଛନ୍ତି। ଏଯାବତ ୮୬ ଜଣଙ୍କର କରୋନରେ ମୃତ୍ୟୁ ହୋଇଥିବା ବେଳେ ୨,୫୧୨ ଜଣ ଆରୋଗ୍ୟ ହୋଇଛନ୍ତି।

ସୂଚନାଯୋଗ୍ୟ, ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ ପରେ ଦିଲ୍ଲୀ କରୋନାର ହଟସ୍ପଟ ରହିଛି। ଅନ୍ୟ ରାଜ୍ୟ ଭଳି ଦିଲ୍ଲୀରେ ମଧ୍ୟ ସ୍ୱାସ୍ଥ୍ୟ କର୍ମୀ, ପୁଲିସ, ସିଆରପିଏଫ ଯବାନ ଆଦି କରୋନାରେ ସଂକ୍ରମିତ ହେଉଛନ୍ତି।



from Odisha Reporter https://ift.tt/2WTtt1V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages