ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଲା, ଆଉ କେଉଁ ଜିଲ୍ଲାରେ କେତେ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 22, 2020

ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଲା, ଆଉ କେଉଁ ଜିଲ୍ଲାରେ କେତେ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ସର୍ବାଧିକ ୪୬ ଜଣ ହେଉଛନ୍ତି ଯାଜପୁରର। ଏହା ସହିତ ଜିଲ୍ଳାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ପାର ହୋଇଯାଇଛି। ଏବେ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୫ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୬୩ ଜଣ ସୁସ୍ଥ ହୋଇଛନ୍ତି। ବାକି ୧୬୨ ଜଣ ଚିକିତ୍ସାଧୀନ ଅଛନ୍ତି।

ସେହିପରି ଏହି ୮୬ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ୧୧ ଜଣ ଥିବା ବେଳେ ନୟାଗଡ଼ରୁ ୬, ଗଞ୍ଜାମରୁ ୫, ବାଲେଶ୍ୱରରୁ ୩, ଭଦ୍ରକରୁ ୩, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୩, ପୁରୀରୁ ୩, ବଲାଙ୍ଗୀରରୁ ୨ ଓ ସୁନ୍ଦରଗଡ଼ରୁ ଜଣେ ଅଛନ୍ତି।

କଟକ ଜିଲ୍ଲାରେ ୧୧ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୫୬ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ମାତ୍ର ୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି।

ନୟାଗଡ଼ରେ ଆଉ ୬ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୨୭ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ କେବଳ ଜଣେ ସୁସ୍ଥ ହୋଇଛନ୍ତି।

ଗଞ୍ଜାମରେ ପୁଣି ୫ ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୨ ହୋଇଛି। ସେମାନଙ୍କ ମଧ୍ୟରୁ ୧୫୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୬୫ ଜଣ ଚିକିତ୍ସାଧୀନ ଅଛନ୍ତି। ଏଠାରେ ୩ ଜଣଙ୍କ ମୃତ୍ୟୁ ବି ଘଟିଛି।

ବାଲେଶ୍ୱରରୁ ଆଉ ୩ଟି ନୂଆ କେସ୍ ଆସିଛି। ଏଠାରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ରେ ପହଞ୍ଚିଥିବା ବେଳେ ୪୨ ଜଣ ସୁସ୍ଥ ହୋଇସାରିଲେଣି।

ଭଦ୍ରକରେ ୩ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୯୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୦ ଜଣ ସୁସ୍ଥ ହୋଇସାରିଛନ୍ତି।

କେନ୍ଦୁଝରରେ ନୂଆ ୩ ଆକ୍ରାନ୍ତଙ୍କ ସହିତ ମୋଟ ସଂଖ୍ୟା ୧୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ କେବଳ ୨ ଜଣ ସୁସ୍ଥ ହୋଇଛନ୍ତି।

ଖୋର୍ଦ୍ଧାରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୭୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି।

ପୁରୀରେ ନୂଆ ୩ ଆକ୍ରାନ୍ତଙ୍କ ସହ ମୋଟ ସଂଖ୍ୟା ୪୮ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ କେବଳ ୩ ଜଣ ସୁସ୍ଥ ହୋଇଛନ୍ତି।

ବଲାଙ୍ଗୀରରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୮ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ କେବଳ ୨ ଜଣ ସୁସ୍ଥ ହୋଇଛନ୍ତି।

ସୁନ୍ଦରଗଡ଼ରେ ଜଣେ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୨୮ ଛୁଇଁଛି। ଏଠାରେ ୧୫ ଜଣ ସୁସ୍ଥ ହୋଇସାରିଲେଣି।

ଅନ୍ୟ କେଉଁ ଜିଲ୍ଲାରେ କେତେ
କେନ୍ଦ୍ରାପଡ଼ା- ୪୦ ( ୮ ସୁସ୍ଥ, ୩୨ ଚିକିତ୍ସାଧୀନ), ବୌଦ୍ଧ- ୩୩ (୩ ସୁସ୍ଥ, ୩୦ ଚିକିତ୍ସାଧୀନ), ଜଗତସିଂହପୁର- ୩୦ (୫ ସୁସ୍ଥ, ୨୫ ଚିକିତ୍ସାଧୀନ), ଅନୁଗୋଳ- ୧୯ (ସମସ୍ତେ ଚିକିତ୍ସାଧୀନ), ମୟୂରଭଞ୍ଜ- ୧୪ (୮ ସୁସ୍ଥ, ୬ ଚିକିତ୍ସାଧୀନ), କଳାହାଣ୍ଡି- ୧୩ (୨ ସୁସ୍ଥ, ୧୧ ଚିକିତ୍ସାଧୀନ), ସମ୍ବଲପୁର- ୫ (ସମସ୍ତେ ଚିକିତ୍ସାଧୀନ), କନ୍ଧମାଳ- ୩ (ସମସ୍ତେ ଚିକିତ୍ସାଧୀନ), ମାଲକାନଗିରି- ୩ (ସମସ୍ତେ ଚିକିତ୍ସାଧୀନ), ଦେବଗଡ଼- ୨ (ଜଣେ ସୁସ୍ଥ, ଜଣେ ଚିକିତ୍ସାଧୀନ), ଢେଙ୍କାନାଳ- ୨ (ଜଣେ ସୁସ୍ଥ, ଜଣେ ଚିକିତ୍ସାଧୀନ), ଝାରସୁଗୁଡ଼ା- ୨ (ଉଭୟ ସୁସ୍ଥ), କୋରାପୁଟ- ୧ (ସୁସ୍ଥ)।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୯୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ୭୮୯ ଜଣ ଚିକିତ୍ସାଧୀନ ଅଛନ୍ତି।



from Odisha Reporter https://ift.tt/2ytaiUK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages