ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ସହିତ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୧୯୬ ଜଣ ସୁସ୍ଥ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି। ବାକି ୬୨୭ ଜଣ ଚିକିତ୍ସାଧୀନ ଅଛନ୍ତି। ମୃତ ୫ ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣ ଖୋର୍ଦ୍ଧାର ହୋଇଥିବା ବେଳେ ୩ ଜଣ ଗଞ୍ଜାମ ଜିଲ୍ଲାର।
୮୨୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୯୨ ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବାକି ୨୫୯ ଚିକିତ୍ସାଧୀନ ଅଛନ୍ତି।
ତାଲିକାର ଦ୍ୱିତୀୟ ସ୍ଥାନରେ ଯାଜପୁର ରହିଛି। ଏହି ଜିଲ୍ଲାରେ ୧୨୧ ଜଣ ଚିହ୍ନଟ ହୋଇଥିବା ବେଳେ ୫୨ ଜଣ ସୁସ୍ଥ ହୋଇସାରିଛନ୍ତି। ୬୯ ଜଣ ଚିକିତ୍ସାଧୀନ ଅଛନ୍ତି।
୧୧୯ ଆକ୍ରାନ୍ତଙ୍କ ସହିତ ବାଲେଶ୍ୱର ତୃତୀୟ ସ୍ଥାନରେ ରହିଛି। ସେମାନଙ୍କ ମଧ୍ୟରୁ ୯୭ ଜଣ ଚିକିତ୍ସାଧୀନ ଥିବା ବେଳେ ବାକିମାନେ ସୁସ୍ଥ ହୋଇସାରିଛନ୍ତି।
ଭଦ୍ରକରେ ୨୮ଟି ନୂଆ କେସ୍ ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ବାକିମାନେ ଚିକିତ୍ସାଧୀନ ଅଛନ୍ତି।
ଖୋର୍ଦ୍ଧାରେ ୫୯ ଜଣ ଆକ୍ରାନ୍ତ ହୋଇଛନ୍ତି। ଏଠାରେ ୪୫ ଜଣ ସୁସ୍ଥ ହୋଇଥିବା ବେଳେ ୧୨ ଜଣ ଚିକିତ୍ସାଧୀନ ଅଛନ୍ତି। ୨ ଜଣଙ୍କ ମୃତ୍ୟୁ ଘଟିଛି।
ଜାଣି ନିଅନ୍ତୁ ଅନ୍ୟ ଜିଲ୍ଲା ଗୁଡ଼ିକର ସ୍ଥିତି
କେନ୍ଦ୍ରାପଡ଼ା- ୨୭ (୨ ସୁସ୍ଥ, ୨୫ ଚିକିତ୍ସାଧୀନ), ସୁନ୍ଦରଗଡ଼- ୨୭ (୧୨ ସୁସ୍ଥ, ୧୫ ଚିକିତ୍ସାଧୀନ), ପୁରୀ- ୨୫ (ଜଣେ ସୁସ୍ଥ, ୨୪ ଚିକିତ୍ସାଧୀନ), କଟକ- ୨୨ (୨ ସୁସ୍ଥ, ୨୦ ଚିକିତ୍ସାଧୀନ), ଅନୁଗୋଳ- ୧୫ (ଚିକିତ୍ସାଧୀନ), ମୟୂରଭଞ୍ଜ- ୧୧(ଚିକିତ୍ସାଧୀନ), କେନ୍ଦୁଝର- ୮ (୨ ସୁସ୍ଥ, ୬ ଚିକିତ୍ସାଧୀନ), ନୟାଗଡ଼- ୬ (ଚିକିତ୍ସାଧୀନ), ଜଗତସିଂହପୁର-୫ (ଚିକିତ୍ସାଧୀନ), ବଲାଙ୍ଗିର- ୪ (ଚିକିତ୍ସାଧୀନ), ବୌଦ୍ଧ- ୪ (ଚିକିତ୍ସାଧୀନ), ଦେବଗଡ଼- ୨ (ଜଣେ ସୁସ୍ଥ, ଜଣେ ଚିକିତ୍ସାଧୀନ), ଝାରସୁଗୁଡ଼ା-୨ (ସୁସ୍ଥ), କଳାହାଣ୍ଡି- ୨ (ସୁସ୍ଥ), ଢେଙ୍କାନାଳ-୧ (ସୁସ୍ଥ), କୋରାପୁଟ-୧ (ସୁସ୍ଥ), ସମ୍ବଲପୁର-୧ (ଚିକିତ୍ସାଧୀନ)।
from Odisha Reporter https://ift.tt/2TbYVHW
No comments:
Post a Comment