ଜମ୍ମୁ: ରବିବାର ସକାଳୁ ଜମ୍ମୁ-କାଶ୍ମୀରର ଡୋଡା ଅଞ୍ଚଳରେ ଭାରତୀୟ ସୈନା ଏବଂ ଆତଙ୍କବାନ୍ଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ଚାଲିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ଜଣେ ଭାରତୀୟ ଯବାନ ଶହୀଦ ହୋଇଥିବା ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଖବର ଆସୁଛି।
ସୂଚନା ଅନୁସାରେ ଡୋଡା ଅଞ୍ଚଳରେ ହିଜବ୍ବୁଲର ୨ ଜଣ ଆତଙ୍କବାଦୀ ଲୁଚି ରହିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀ କାଶ୍ମୀରର ଥିଲେ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁସାରେ ଡୋଡାର ଗୁଡୁନା ଅଞ୍ଚଳରେ ଭାରତୀୟ ସୈନ୍ୟ ଏବଂ ଆତଙ୍କବାଦୀଙ୍କ ବର୍ତ୍ତମାନ ସୁଦ୍ଧା ଗୁଳି ବିନିମୟ ଜାରି ରହିଛି। ଯବାନମାନେ ସମସ୍ତ ଅଞ୍ଚଳକୁ ଘେରି ଦେଇଛନ୍ତି ଏବଂ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଉଛନ୍ତି।
ଜମ୍ମୁର ଆଜିପି ମୁକେଶ ସିଂହଙ୍କ ସୂଚନା ଅନୁସାରେ, ଯବାନଙ୍କ ଏନକାଉଣ୍ଟର ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ନିଆଁ ବିନିମୟ ଯୋଗୁ ଆଉ ଜଣେ ଆତଙ୍କବାଦୀ ଗୁରୁତର ଆହତ ହୋଇଛି ବୋଲି ମଧ୍ୟ ପୁଲିସ ସୂତ୍ରରୁ ଜଣାପଡ଼ିଛି।
from Odisha Reporter https://ift.tt/3dRofe3
No comments:
Post a Comment