ପୁଣି ଟ୍ରେନ ଚେନ୍‌ ଟାଣି ଓହ୍ଲାଇଲେ ପ୍ରବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 24, 2020

ପୁଣି ଟ୍ରେନ ଚେନ୍‌ ଟାଣି ଓହ୍ଲାଇଲେ ପ୍ରବାସୀ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ପୁଣି ଟ୍ରେନ୍‌ ଚେନ୍‌ ଟାଣି ଓହ୍ଲାଇ ପଡ଼ିଲେ ପ୍ରବାସୀ। ଏଥର ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନ ନିକଟରେ  ଟ୍ରେନ୍‌ର ଚେନ୍‌ ପୁଲିଙ୍ଗ କରି ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓହ୍ଲାଇ ପଡ଼ିଥିଲେ। କିନ୍ତୁ ପୁଲିସ୍‌ ପହଞ୍ଚି ସେମାନଙ୍କୁ  ଷ୍ଟେଶନକୁ ଆଣିଥିବା ଜଣାଯାଇଛି।

ଗୁଜୁରାଟ ଗାନ୍ଧୀଧାମରୁ ବାହାରିଥିବା ଏକ ସ୍ପେଶାଲ ଟ୍ରେନ୍‌ ନିର୍ଗୁଣ୍ଡି ଅଭିମୁଖେ ଯାଉଥିଲା। ସେଠାରେ ପୂର୍ବ ପ୍ରସ୍ତୁତ ଥିବା ପ୍ରଶାସନ  ପ୍ରବାସୀ ଓଡିଆ ଶ୍ରମିକଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଇଥାନ୍ତା । କିନ୍ତୁ ଭୋର ପ୍ରାୟ ୪ .୩୮ ସମୟରେ  ଟ୍ରେନ୍‌ଟି  କଣ୍ଟାବାଞ୍ଜି ରେଳ  ଷ୍ଟେସନ ନିକଟରେ ପହଞ୍ଚିଥିବା ବେଳେ ଏହାର ଚେନ୍‌ ପୁଲିଙ୍ଗ କରି ୩୨୦ ପ୍ରବାସୀ  ଓଡିଆ ଶ୍ରମିକ ଓହ୍ଲାଇ ପଡ଼ିଥିଲେ। ସେମାନେ ନୂଆପଡା ଓ ବରଗଡ ଜିଲ୍ଲାର ବୋଲି ଜଣାପଡ଼ିଛି।

ଖବର ପାଇ  କଣ୍ଟାବାଞ୍ଜି  ରେଳ ଷ୍ଟେସନ କର୍ମଚାରୀ ଓ  ସ୍ଥାନୀୟ ପୁଲିସ୍‌ ଅଧିକାରୀ ପହଞ୍ଚି ଶ୍ରମିକମାନଙ୍କୁ  କୁଆଡେ ନ ଯିବା ପାଇଁ କହିଥିଲେ । ଏହାପରେ ସେମାନଙ୍କୁ ଟିଫିନ ଖାଇବା  ପାଇଁ ଦେଇଥିଲେ । ପଚରାପଚରି କରିବାରୁ ଟ୍ରେନ ଚେନ୍‌ ପୁଲିଙ୍ଗ କରିଥିବା ଘଟଣାକୁ ସେମାନେ ଅସ୍ୱୀକାର କରିଥିଲେ।  ଟ୍ରେନଟି ଅଟକିବାରୁ ଓହ୍ଲାଇ ପଡ଼ିଥିବା କହିଥିଲେ।

କିନ୍ତୁ କଣ୍ଟାବାଞ୍ଜି ରେଳ ଷ୍ଟେସନ  ମ୍ୟାନେଜର କ୍ଷୀରୋଦ ଚନ୍ଦ୍ର ମୁଣ୍ଡା ଏହାକୁ ଖଣ୍ଡନ କରିଛନ୍ତି। ଏହା ସ୍ପେଶାଲ ଟ୍ରେନ ହୋଇଥିବାରୁ  କଣ୍ଟାବାଞ୍ଜି ଷ୍ଟେସନରେ ଅଟକିବାର ନଥିଲା । ଏମାନେ ଟ୍ରେନର ଚେନ୍‌କୁ ପୁଲିଙ୍ଗ କରି ପ୍ରବାସୀମାନେ ଓହ୍ଲାଇ ପଡ଼ିଥିବା ସେ କହିଛନ୍ତି I

ସୂଚନାଯୋଗ୍ୟ ଯେ, ଗତକାଲି ଗଞ୍ଜାମ ଜିଲ୍ଲା ଛତ୍ରପୁର ଓ  ଖଲ୍ଲିକୋଟ କାଳିଜାଇ ଷ୍ଟେଶନ ନିକଟରେ ବହୁ ପ୍ରବାସୀ ଟ୍ରେନ ଚେନ୍‌ ଟାଣି ଓହ୍ଲାଇ ପଡ଼ିଥିଲେ। ସ୍ଥାନୀୟ ପୁଲିସ୍‌ ପହଞ୍ଚି ବହୁ ପ୍ରବାସୀଙ୍କୁ ଉଦ୍ଧାର କରି କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ପଠାଇଥିବା ବେଳେ ବହୁ ଜଣ ଫେରାର ହୋଇଯାଇଥିବା ଜଣାଯାଇଛି।



from Odisha Reporter https://ift.tt/2TCARht

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages