ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ଆଗରପଡ଼ା ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଆଗରପଡ଼ା ଅଞ୍ଚଳର ପାଟକନା ଓ ରାଉତରାୟ ଗାଡ଼ିଆରେ ଦୁଇଟି ହାତୀ ବୁଲୁଛନ୍ତି। ରାତିରେ ଗାଁରେ ପଶି ତିନୋଟି ଘର ଭାଙ୍ଗି ଦେବା ସହ ବିଭିନ୍ନ ଜିନିଷ ପତ୍ର ମଧ୍ୟ ନଷ୍ଟ କରି ଦେଉଛନ୍ତି। ଏନେଇ ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।
ବନ ବିଭାଗର ୧୦ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି। ସପୁରୀ, ଆମ୍ବ ଓ ପଣସ ଭଳି ଫଳ ଖାଇବା ଲାଗି ଏହି ଦୁଇଟି ହାତୀ ଗାଁକୁ ପଳାଇ ଆସିଥିବା କୁହାଯାଉଛି। ଖାଦ୍ୟ ଅନ୍ୱେଷଣରେ ସେମାନେ ହଦଗଡ଼ ଜଙ୍ଗଲରୁ ପଳାଇ ଆସିଥିବା ଜଣାଇଛି।
from Odisha Reporter https://ift.tt/2WWDMUe
No comments:
Post a Comment