ପୁଲିସ୍‌ ପିଛା କରିବାରୁ ଚଳନ୍ତା ଗାଡ଼ିରୁ ଡେଇଁ ପଡ଼ିଲେ ଡ୍ରାଇଭର, ହେଲପର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 22, 2020

ପୁଲିସ୍‌ ପିଛା କରିବାରୁ ଚଳନ୍ତା ଗାଡ଼ିରୁ ଡେଇଁ ପଡ଼ିଲେ ଡ୍ରାଇଭର, ହେଲପର

କୋରାପୁଟ (ସୂର୍ଯ୍ୟ ପଣ୍ଡା): କଣ୍ଟେନରରେ ଗଞ୍ଜେଇ ନେଇ ଯାଉଥିଲେ। ପୁଲିସ୍ ପିଛା କରିବାରୁ ଚଳନ୍ତା ଗାଡ଼ିରୁ ଡ୍ରାଇଭର ଓ ହେଲପର ଡେଇଁ ପଡ଼ି ଛୁ ମାରିଲେ। ଏଭଳି ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ କୋରାପୁଟ ଦେଇ ଏକ କଣ୍ଟେନରରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ସେମିଳିଗୁଡ଼ା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ସେହି ଗାଡ଼ିକୁ ପିଛା କରିଥିଲା। ତେବେ ଜିଲ୍ଲାର ୨୬ ନମ୍ବର ଜାତୀୟ ରାଜପଥର ମାଳି ଡୋଳିଆମ୍ବ ନିକଟରେ ଚଳନ୍ତା ଗାଡିରୁ ଡ୍ରାଇଭର ଓ ହେଲପର ଡିଆଁ ମାରି ଛୁ ମାରିଥିଲେ। ପରେ ପଛରେ ଯାଉଥିବା ପୁଲିସ୍ ଜିପ୍‌ଟି ଚଳନ୍ତା କଣ୍ଟେନର ସହ ପିଟି ହୋଇଯାଇଥିଲା। ଏଥିରେ ଦୁଇ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ। ପରେ କଣ୍ଟେନରରୁ ୧୬ କୁଇଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ ହୋଇଥଲା। ପୁଲିସ୍ ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

ଲକ୍‌ଡାଉନ୍ ବେଳେ ମାଲବାହୀ ଗାଡ଼ି ଚଳାଚଳ ପାଇଁ ଅନୁମତି ମିଳିଛି । ହେଲେ ନିଶା ବ୍ୟବସାୟୀମାନେ ପୁଲିସ୍ ଆଖିରେ ଧୂଳି ଦେବା ପାଇଁ ଏଥିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଜଣାଯାଇଛି।



from Odisha Reporter https://ift.tt/2XlpD21

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages