ପାକ୍‌ ବିମାନ ଦୁର୍ଘଟଣାରେ କେବଳ ଦୁଇ ଜଣ ବଞ୍ଚିଲେ, ୯୭ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 22, 2020

ପାକ୍‌ ବିମାନ ଦୁର୍ଘଟଣାରେ କେବଳ ଦୁଇ ଜଣ ବଞ୍ଚିଲେ, ୯୭ ମୃତ

କରାଚି: ଶୁକ୍ରବାର ପାକିସ୍ତାନରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ କେବଳ ଦୁଇ ଜଣ ଯାତ୍ରୀ ବଞ୍ଚିବାକୁ ସକ୍ଷମ ହୋଇଛନ୍ତି। ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସର ଏହି ବିମାନରେ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୯୯ ଜଣ ଯାତ୍ରା ଥିଲେ।

ବିମାନଟି କରାଚି ଏୟାରପୋର୍ଟ ନିକଟ ଏକ ଜନବସତି ଉପରେ ଖସି ପଡ଼ିବାରୁ ଏହା ସଂପୂର୍ଣ୍ଣ ରୂପେ ଧ୍ୱଂସ ପାଇଯାଇଥିଲା। ତେବେ ଏହି ଧ୍ୱଂସାବଶେଷ ତଳୁ କେବଳ ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ୯୭ ଜଣଙ୍କ ମୃତଦେହ ଠାବ ହୋଇଛି। ସମସ୍ତ ମୃତକ ବିମାନ ଯାତ୍ରୀ ହୋଇଥିବା ଜଣାପଡ଼ିଛି।

ସେହିପରି ବିମାନଟି କିଛି ବିଲଡିଂ ଉପରେ ଖସିପଡ଼ିଥିବାରୁ ସେଠାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। କିନ୍ତୁ ସରକାର ଏଠାକାର ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି।

ସିନ୍ଧ ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି, ଗତକାଲି ମଧ୍ୟରାତ୍ର ସୁଦ୍ଧା ୯୭ ଜଣଙ୍କ ମୃତଦେହ ଚିହ୍ନଟ ହୋଇଥିବା ବେଳେ ଘଟଣା ସ୍ଥଳରୁ ଦୁଇ ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି।

ପିଆଇଏ ଏ୩୨୦ ବିମାନରେ ୩୧ ମହିଳା,୯ ଛୋଟ ପିଲା ଓ ୮ କ୍ରୁ ସଦସ୍ୟଙ୍କ ସମେତ ୯୯ ଜଣ ଲୋକ ରହିଥିଲେ। ବିମାନଟି ଲ୍ୟାଣ୍ଡ କରିବାରେ ସମସ୍ୟା ଭୋଗିବାରୁ କଣ୍ଟ୍ରୋଲ ରୁମ ପକ୍ଷରୁ ପାଇଲଟଙ୍କୁ ଆକାଶରେ ଆଉ ଦୁଇ ରାଉଣ୍ଡ ଚକର ମାରିବାକୁ କୁହାଯାଇଥିଲା। ତେବେ ଆକାଶରେ ଉଡ଼ିବାକୁ ଚେଷ୍ଟା କରୁଥିବା ବେଳେ ବିମାନଟି ଏୟାରପୋର୍ଟ ନିକଟସ୍ଥ ଏକ ମୋବାଇଲ ଟାୱାରରେ ପିଟି ହୋଇ ବିଲଡିଂଗୁଡ଼ିକ ଉପରେ ଖସି ପଡ଼ିଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପୂରା ଅଞ୍ଚଳରେ ନିଆଁ ଲାଗିଯିବା ସହ ବିମାନଟି ସଂପୂର୍ଣ୍ଣ ଧ୍ୱଂସ ପାଇଯାଇଥିଲା। ଏଥିସହ ପାକିସ୍ତାନ ସେନା, ରେଞ୍ଜର୍ସ ଓ ସ୍ଥାନୀୟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ହସ୍ପିଟାଲ ନେଇଥିଲେ। ୧୦ରୁ ୧୨ଟି ଘର ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।



from Odisha Reporter https://ift.tt/2TyHzoC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages