୧୬ ଶ୍ରମିକଙ୍କୁ ସ୍ୱତନ୍ତ୍ର ଭ୍ୟାନ୍‌‌ରେ ଛତିଶଗଡ଼ର ପଠାଇଲା ପ୍ରଶାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 15, 2020

୧୬ ଶ୍ରମିକଙ୍କୁ ସ୍ୱତନ୍ତ୍ର ଭ୍ୟାନ୍‌‌ରେ ଛତିଶଗଡ଼ର ପଠାଇଲା ପ୍ରଶାସନ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଛତିଶଗଡ଼ର ୧୬ ଜଣ ଶ୍ରମିକଙ୍କୁ ଏକ ସ୍ୱତନ୍ତ୍ର ଭ୍ୟାନ୍‌‌‌ ଯୋଗେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ରାଜ୍ୟକୁ ପଠାଇ ଦିଆଯାଇଛି। ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆନ୍‌, ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା ଓ ରାତ୍ରି ଆଶ୍ରୟ ସ୍ଥଳୀର କେୟାରଟେକର କୃପାସିନ୍ଧୁ ଷଡ଼ଙ୍ଗୀ ଶ୍ରମିକମାନଙ୍କୁ ବିଦାୟ ଦେଇଥିଲେ।

ସୂଚନାଯୋଗ୍ୟ, ଏହି ୧୬ ଶ୍ରମିକଙ୍କ ମଧ୍ୟରୁ ୮ ଜଣ ହରଭଙ୍ଗା ବ୍ଲକ୍‌ ଅନ୍ତର୍ଗତ ତିଲେଶ୍ୱର ପଞ୍ଚାୟତର ଏକ ଇଟା ଭାଟିରେ କାମ କରୁଥିଲେ। ହେଲେ ଲକ୍‌ଡାଉନ୍‌ ଯୋଗୁ ଇଟଭାଟି ବନ୍ଦ ହୋଇଯାଇଥିଲା। ଏମିତିକି  ଇଟା ଭାଟି ମାଲିକ ସେମାନଙ୍କୁ ଆଉ ଖାଇବାକୁ ଦେଇ ନପାରି ନଥିଲା। ଏହାପରେ ଏହି ଶ୍ରମିକମାନେ  ଗତ ୭ ତାରିଖରେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ  ଦେଇ ଚାଲି ଚାଲି ଛତିଶଗଡ଼ ଯାଉଥିଲେ। ଏହି ସମୟରେ ବୌଦ୍ଧର ଖୁଣ୍ଟବନ୍ଧ ନିକଟରେ ପୁଲିସ୍‌ ସେମାନଙ୍କୁ ଦେଖି ଅଟକାଇଥିଲା। ଏହାପରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ରାତ୍ରି ଆଶ୍ରୟସ୍ଥଳୀଠାରେ ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଥିଲା। ଏହି ଶ୍ରମିକମାନଙ୍କ ଘର ଛତିଶଗଡ଼ରେ। ଦୁଇଟି ପରିବାର ୮ ଜଣ ସଦସ୍ୟ ଏଠାରେ ଆସି କାମ କରୁଥିଲେ।

ସେହିପରି ଗତକାଲି ଛତିଶଗଡ଼ର ଆଉ ୮ ଜଣ ଶ୍ରମିକଙ୍କୁ  ହରଭଙ୍ଗା ଅଞ୍ଚଳରୁ ପୁଲିସ୍‌ ଉଦ୍ଧାର କରିଥିଲା। ଏହାପରେ ସେମାନଙ୍କୁ  ବୌଦ୍ଧ ଅଣାଯାଇଥିଲା।  ଏହାପରେ ପୂର୍ବରୁ ଅଟକି ରହିଥିବା ଶ୍ରମିକଙ୍କ ସହିତ ୧୬ ଜଣଙ୍କୁ  ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଭ୍ୟାନ୍‌‌ ଯୋଗେ ଗତକାଲି ଛତିଶଗଡ଼କୁ ପଠାଇ ଦିଆଯାଇଛି।



from Odisha Reporter https://ift.tt/2WCatGl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages