ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଜଣେ ସରପଞ୍ଚଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଢୋଲମରା ପଞ୍ଚାୟତରେ ଏହି ଘଟଣା ଘଟିଛି। ମୃତ ସରପଞ୍ଚଙ୍କ ନାଁ ସୁଶାନ୍ତ ବେହେରା।
ଗତକାଲି ବିଳମ୍ବିତ ରାତିରେ ସେ ପଞ୍ଚାୟତ ଅଫିସରୁ କାମ ସାରି ଘରକୁ ଫେରୁଥିବା ବେଳେ ତାଙ୍କ ଗାଁ କୋଠାଘର ଠାରେ ଧାରୁଆ ଅସ୍ତ୍ରରେ ହାଣି ତାଙ୍କୁ ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡ ଏବଂ ପିଠିରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ପ୍ରଥମେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା।
ଗତକାଲି ରାତିରେ ସୁଶାନ୍ତଙ୍କ ସହ ତାଙ୍କ ପଡ଼ୋଶୀଙ୍କର ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇଥିବା ଆଲୋଚନା ହେଉଛି। ତେବେ ଖଣ୍ଡପଡ଼ା ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/363VbNS
No comments:
Post a Comment