କରୋନା ଚାଇନା ଲ୍ୟାବରୁ ସୃଷ୍ଟି ହୋଇଥିବା କଥା ପୁଣି ଦୋହରାଇଲା ଆମେରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 3, 2020

କରୋନା ଚାଇନା ଲ୍ୟାବରୁ ସୃଷ୍ଟି ହୋଇଥିବା କଥା ପୁଣି ଦୋହରାଇଲା ଆମେରିକା

ୱାଶିଂଟନ: ମହାମାରୀ କରୋନା ଭାଇରସ ପାଇଁ ପୁଣିଥରେ ଚାଇନାକୁ ଦୋଷ ଦେଇଛି ଆମେରିକା। ଚାଇନାର ଉହାନ ସ୍ଥିତ ଲ୍ୟାବରୁ ହିଁ କରୋନା ଭାଇରସ ସୃଷ୍ଟି ହୋଇ ସମଗ୍ର ବିଶ୍ୱକୁ ବ୍ୟାପିଛି। ଏନେଇ ବଳିଷ୍ଠ ପ୍ରମାଣ ରହିଛି ବୋଲି ଆମେରିକାର ପରରାଷ୍ଟ୍ର ସଚିବ ମାଇକ ପୋମ୍ପେଓ କହିଛନ୍ତି।

୨୦୧୯ ଡିସେମ୍ବର ମାସରେ ଚାଇନାର ଉହାନରେ ହିଁ ପ୍ରଥମେ କରୋନା ଭାଇରସ ଚିହ୍ନଟ ହୋଇଥିଲା। ଚାଇନାରେ ଏହା ତାଣ୍ଡବ ରଚିବା ପରେ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ବିଶେଷ କରି ଆମେରିକା ଏହାଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଛି। ଆମେରିକାରେ ପ୍ରାୟ ୭୦ ହଜାର ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ୧୧ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।

ଚାଇନା ପାଇଁ ସାରା ବିଶ୍ୱ ଆଜି ସଙ୍କଟସ୍ଥିତିର ସମ୍ମୁଖୀନ ହେଉଛି ବୋଲି ଆମେରିକା ବାରମ୍ବାର କହି ଆସୁଛି। ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ପୋମ୍ପେଓ କହିଛନ୍ତି, “କରୋନା ଭାଇରସ କେଉଁ ସ୍ଥାନରୁ ବ୍ୟାପିଥିଲା, ତା’ର ଯଥେଷ୍ଟ ପ୍ରମାଣ ରହିଛି। ଚାଇନାର ଉହାନ ସ୍ଥିତି ଲ୍ୟାବରୁ ହିଁ ଏହା ପ୍ରଥମେ ସଂକ୍ରମଣ ହୋଇଥିଲା।

ଲ୍ୟାବ ମଧ୍ୟରେ ଏହାକୁ ସୃଷ୍ଟି କରାଯାଇଥିଲା। ହେଲେ ଚାଇନା ଯେ ଜାଣିଶୁଣି ଏହାକୁ ବାହାରକୁ ଲିକ୍‌ କରିଛି, ତାହା କହିବା ଠିକ ହେବନାହିଁ। କିନ୍ତୁ ଭାଇରସର ପ୍ରାଣକେନ୍ଦ୍ର ହେଉଛି ଉହାନ ଲ୍ୟାବ।

ବର୍ତ୍ତମାନ ସମଗ୍ର ବିଶ୍ୱ ସବୁ କିଛି ଦେଖୁଛି। ଆମକୁ ମନେ ରଖିବାକୁ ହେବ ଯେ ଚାଇନା ପୂର୍ବରୁ ମଧ୍ୟ ଅନେକ ସଂକ୍ରମଣ ଭାଇରସ ବିଶ୍ୱକୁ ଛାଡ଼ିଛି। ଏଥିସହ ଚାଇନାରେ ସବଷ୍ଟାଣ୍ଡାର୍ଡ ଲ୍ୟାବ ସବୁ କାର୍ଯ୍ୟ କରୁଛି। ଚାଇନାର ଉହାନରୁ କରୋନା ବ୍ୟାପିଥିଲେ ହେଁ ଏହାକୁ ବେଜିଂ ସମଗ୍ର ବିଶ୍ୱଠାରୁ ଲୁଚାଇ ରଖିଥିଲା।

ଏଥିସହ ଏହା କେତେ ଭୟଙ୍କର ହୋଇପାରେ, ସେକଥା କାହାକୁ ବି ଜଣାଇ ନଥିଲା। ଫଳରେ ଆଜି ସମଗ୍ର ବିଶ୍ୱ ଏଥିପାଇଁ ବିପଦରେ ପଡ଼ିଛି। ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଚାଇନାକୁ କରୋନା ପାଇଁ ଉତ୍ତରଦାୟିତ୍ୱ ଗ୍ରହଣ କରିବାକୁ ପଡ଼ିବ ବୋଲି କହି ସାରିଛନ୍ତି। ତେଣୁ ଚାଇନାକୁ କରୋନା ପାଇଁ ଉତ୍ତରଦାୟିତ୍ୱ ନେବାକୁ ପଡ଼ିବ।”



from Odisha Reporter https://ift.tt/2yo7R5J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages