ମାଟିରେ ପୋତା ହୋଇଥିବା ମୃତଦେହକୁ ଖୋଳି ସେକ୍ସ ଉଦ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 21, 2020

ମାଟିରେ ପୋତା ହୋଇଥିବା ମୃତଦେହକୁ ଖୋଳି ସେକ୍ସ ଉଦ୍ୟମ

ଗୌହାଟୀ: ବିକୃତ ମାନସିକତାର ଏକ ଘୃଣ୍ୟ ଚିତ୍ର ଆସାମରୁ ସାମ୍ନାକୁ ଆସିଛି। ରହସ୍ୟଜନକ ଭାବେ ପ୍ରାଣ ହରାଇଥିବା ଜଣେ ୧୪ ବର୍ଷୀୟ ଝିଅର ମୃତଦେକୁ ମାଟି ତଳୁ ଖୋଳି ତା’ ସହ ସେକ୍ସ କରିବାକୁ ଉଦ୍ୟମ କରୁଥିବା ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।

କିଛିଦିନ ତଳେ ଝିଅଟି ପ୍ରାଣ ହରାଇଥିବାରୁ ପରିବାର ଲୋକେ ମୃତଦେହକୁ ସିମେନ ନଦୀ ପାଖରେ ପୋତି ଦେଇଥିଲେ। ହେଲେ ୫୦ ବର୍ଷୀୟ ବ୍ୟକ୍ତି ଜଣଙ୍କ ମୃତଦେହ ସହ ଏଭଳି କାଣ୍ଡଭିଆଇଛି। ଆସାମର ଧେମାଜି ଜିଲ୍ଲା ଅନ୍ତର୍ଗତ ସିଲାପଥର ପୁଲିସ୍‌ ଷ୍ଟେସନ ଅଞ୍ଚଳରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ପୁଲିସର ସୂଚନା ଅନୁଯାୟୀ, ମେ’ ୧୭ ତାରିଖ ରାତିରେ ଝିଅଟି ପ୍ରାଣ ହରାଇବାରୁ ପରିବାର ଲୋକ ମୃତଦେହକୁ ଦେମଗାଓଁ ନିକଟରେ ଥିବା ସିମେନ ନଦୀ କୂରେ ପୋତି ଦେଇଥିଲେ। ତେବେ ମେ’ ୧୮ ତାରିଖ ମଧ୍ୟାହ୍ନରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି ନଦୀକୂଳରେ ପୋତା ଯାଇଥିବା ମୃତଦେହକୁ ଖୋଳିବାହାର କରିଦେଇଥିଲା।

ଏହାପରେ ମୃତଦେହକୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବା ବେଳେ ନଦୀରେ ମାଛ ମାରୁଥିବା କିଛି ମତ୍ସଜୀବୀଙ୍କ ନଜର ଏହି ଘଟଣା ଉପରେ ପଡ଼ିଥିଲା। ସେମାନେ ବ୍ୟକ୍ତିଙ୍କୁ କାବୁ କରିବା ସହ ପୁଲିସ୍‌କୁ ଖବର ଦେଇଥିଲେ। ଗିରଫ ବ୍ୟକ୍ତି ଜଣଙ୍କ ନାଁ ଅକନ ସୈକିଆ। ସେ ପୁଲିସ୍‌କୁ କହିଛି ଯେ ମୃତଦେହ ସହ ସେକ୍ସ କରିବାକୁ ମାଟିତଳୁ ମୃତଦେହକୁ ବାହାର କରିଥିଲା।

କରୋନା ଭାଇରସ ସଂକ୍ରମଣ ଯୋଗୁ ଜେଲରେ ଥିବା କିଛି ବନ୍ଦୀଙ୍କୁ ଛାଡ଼ିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶ ଅନୁସାରେ ସୈକିଆ ଜେଲରୁ ବାହାରିଥିଲା। ଜେଲରୁ ବାହାରିବା ପରେ ସେ ଏମିତି ଘଟଣା ଘଟାଇଛି।

ଆଉ ଏକ ସୂଚନା ଅନୁଯାୟୀ, ଗିରଫ ପୂର୍ବରୁ ସୈକିଆ ଉକ୍ତ ନାବାଳିକାଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦେଉଥିଲା। ଏହାକୁ ସହି ନ ପାରି ସେ ଆତ୍ମହତ୍ୟା କରିଛନ୍ତି। ତେବେ ପୁଲିସ୍‌ ଏ ସମ୍ପର୍କରେ କିଛି ସୂଚନା ଦେଇନାହିଁ।



from Odisha Reporter https://ift.tt/2zWMxVm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages