ମାଡ଼ି ଚାଲିଛି କରୋନା: ଗୋଟିଏ ଦିନରେ ରେକର୍ଡ ୬୦୮୮ ପଜିଟିଭ, ୧୪୮ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 21, 2020

ମାଡ଼ି ଚାଲିଛି କରୋନା: ଗୋଟିଏ ଦିନରେ ରେକର୍ଡ ୬୦୮୮ ପଜିଟିଭ, ୧୪୮ ମୃତ

ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ଭାରତ ସ୍ଥିତି ଜଟିଳ ହେବାରେ ଲାଗିଛି। ଏହି ପ୍ରାଣଘାତୀ ଭାଇରସ ଦ୍ରୁତଗତିରେ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ କରୋନା ଭାଇରସ ଗତ ୨୪ ଘଣ୍ଟାରେ ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି।

ଗୋଟିଏ ଦିନରେ ଦେଶରେ ରେକର୍ଡ ୬୦୮୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୧୪୮ ଜଣଙ୍କ ମୁଣ୍ଡ ନେଇଛି କରୋନା। ତେବେ ଦେଶରେ ଆରୋଗ୍ୟ ହାର ୪୧%ର ନିକଟତର ହୋଇଛି। ବର୍ତ୍ତମାନ ସୁଦ୍ଧା ୪୮ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦୮୮ଟି କରୋନା ପଜିଟିଭ କେସ ସାମ୍ନାକୁ ଆସିଛି। ଭାରତରେ କରୋନା ପ୍ରବେଶ କରିବା ଦିନଠାରୁ କେବେ ହେଲେ ଏତେ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇ ନଥିଲେ।

ନୂଆ ପଜିଟିଭ ମାମଲାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୮,୪୪୭ରେ ପହଞ୍ଚି ଯାଇଛି। ସେହିପରି ଦେଶରେ ଗୋଟିଏ ଦିନରେ ୧୪୮ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛି। ଫଳରେ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୫୮୩କୁ ବୃଦ୍ଧି ପାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଯାଏ ୪୮,୫୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବିଭିନ୍ନ ହସ୍ପିଟାଲରେ ୬୬,୩୩୦ ଜଣ ଚିକିତ୍ସାଧୀନ ରହିଛନ୍ତି।

କରୋନା ଯୋଗୁ ମହାରାଷ୍ଟ୍ର ସ୍ଥିତି ଅଧିକ ଖରାପ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଏଠାରେ ୨୩୪୫ ଜଣ ନୂଆ କରୋନା ରୋଗୀ ସାମ୍ନାକୁ ଆସିଥିବା ବେଳେ ୬୪ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧,୬୪୨ ଓ ମୃତ୍ୟୁସଂଖ୍ୟା ୧୪୫୪ରେ ପହଞ୍ଚି ଯାଇଛି।

ମୁମ୍ବାଇ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୫୦୦ ଥିବା ବେଳେ ମୃତ୍ୟୁସଂଖ୍ୟା ୮୮୨କୁ ବୃଦ୍ଧି ପାଇଛି। ଦ୍ୱିତୀୟ ସ୍ଥାନରେ ତାମିଲନାଡୁ ରହିଛି। ଏହି ରାଜ୍ୟରେ ୧୩,୯୬୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୯୪ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ୬,୨୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଗୁଜରାଟ ସ୍ଥିତି ବି ବେକାକୁ ହେଉଛି। ଏଠାରେ ୧୨,୯୦୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭୭୩ ଜଣ ପ୍ରାଣ ହରାଇଛି। କ୍ରମାଗତ ୩ୟ ଦିନ ପାଇଁ ଦିଲ୍ଲୀରେ ୫୦୦ରୁ ଅଧିକ ମାମଲା ରେକର୍ଡ ହୋଇଛି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୬୫୯ ଥିବା ବେଳେ ମୃତ୍ୟୁସଂଖ୍ୟା ୧୯୪ ରହିଛି। ଏଠାରେ ଆରୋଗ୍ୟଙ୍କ ସଂଖ୍ୟା ୫୫୬୭ ରହିଛି।

ଏହାବାଦ ଆନ୍ଧ୍ର ପ୍ରଦେଶରେ ୫୩, ଆସାମରେ ୪, ବିହାରରେ ୧୧, ଚଣ୍ଡିଗଡ଼ରେ ୩, ହରିଆଣାରେ ୧୫, ହିମାଚଳ ପ୍ରଦେଶରେ ୩, ଜମ୍ମୁ-କଶ୍ମୀରରେ ୨୦, ଝାରଖଣ୍ଡରେ ୩, କର୍ଣ୍ଣାଟକାରେ ୪୧, କେରଳରେ ୪, ମଧ୍ୟପ୍ରଦେଶରେ ୨୭୦,ମେଘାଳୟରେ ୧, ଓଡ଼ିଶାରେ ୭, ପଞ୍ଜାବରେ ୩୯, ରାଜସ୍ଥାନରେ ୧୫୧, ତେଲେଙ୍ଗାନାରେ ୪୫, ଉତ୍ତରାଖଣ୍ଡରେ ୧, ଉତ୍ତର ପ୍ରଦେଶରେ ୧୩୮ ଓ ପଶ୍ଚିମବଙ୍ଗରେ ୨୫୯ ଜଣ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/2WShlQd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages