ଭୟଙ୍କର ବରଫ ସ୍ଖଳନ, କର୍ଣ୍ଣେଲ ଓ ଯବାନ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 14, 2020

ଭୟଙ୍କର ବରଫ ସ୍ଖଳନ, କର୍ଣ୍ଣେଲ ଓ ଯବାନ ସହିଦ

ନୂଆଦିଲ୍ଲୀ: ଉତ୍ତର ସିକ୍କିମର ଲୁଗନାକ ଲା ଅଞ୍ଚଳରେ ଭୟଙ୍କର ବରଫ ସ୍ଖଳନ ହୋଇଛି। ବରଫ ସ୍ଖଳନ ବେଳେ ଏଠାରେ ମୁତୟନ ଥିବା ଜଣେ ଲ୍ୟୁଟନାଣ୍ଟ କର୍ଣ୍ଣେଲ ଓ ଜଣେ ଯବାନ ଏହା ମଧ୍ୟରେ ଫସି ଯାଇ ପ୍ରାଣ ହରାଇଛନ୍ତି। ଗତକାଲି ରାତିରେ ୧୮ ଜଣିଆ ପ୍ୟାଟ୍ରୋଲିଂ ପାର୍ଟି ଲୁଗନାକ ଅଞ୍ଚଳରେ କାର୍ଯ୍ୟ କରୁଥିବା ବେଳେ ହଠାତ୍‌ ବରଫ ସ୍ଖଳନ ହୋଇଥିଲା। ଫଳରେ ୧୮ ଜଣ ଯାକ ସୁରକ୍ଷାକର୍ମୀ ଏହା ମଧ୍ୟରେ ଚାପି ହୋଇଯାଇଥିଲେ।

ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ବରଫ ଖଣ୍ଡ ମଧ୍ୟରେ ଫସି ରହିଥିବା ଯବାନମାନଙ୍କୁ ବାହାର କରିବାକୁ ଚେଷ୍ଟା କରିଥିଲେ। ୧୬ ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ କର୍ଣ୍ଣେଲ ରର୍ବଟ ଟିଏ ଓ ସାପ୍ପର ସପାଲା ଶାନମୁଖ ରାଓଙ୍କ ମୃତ୍ୟୁ ଘଟିଛି।

ଏହା ନିଶ୍ଚିତ ଏକ ଦୁଃଖଦ ଖବର ଓ ଉଦ୍ଧାରକାରୀ ଦଳର ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ଆମେ କର୍ଣ୍ଣେଲ ଓ ଜଣେ ଯବାନଙ୍କୁ ବରଫ ଖଣ୍ଡ ତଳୁ ଉଦ୍ଧାର କରିପାରି ନଥିଲୁ ବୋଲି ଜଣେ ସେନା ଅଧିକାରୀ କହିଛନ୍ତି।



from Odisha Reporter https://ift.tt/2T94kPT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages