ସୁପ୍ରିମକୋର୍ଟ ବିଚାରପତିଙ୍କ କୁକ୍‌ଙ୍କୁ କରୋନା, କ୍ୱାରେଣ୍ଟାଇନରେ ପରିବାର ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 14, 2020

ସୁପ୍ରିମକୋର୍ଟ ବିଚାରପତିଙ୍କ କୁକ୍‌ଙ୍କୁ କରୋନା, କ୍ୱାରେଣ୍ଟାଇନରେ ପରିବାର ଲୋକ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତର ଜଣେ ବରିଷ୍ଠ ବିଚାରପତିଙ୍କ ରୋଷେଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାପରେ ବିଚାରପତି ଓ ତାଙ୍କ ପରିବାର ଲୋକ ସେଲଫ-କ୍ୱାରେଣ୍ଟାଇନରେ ରହିଛନ୍ତି। ନିକଟରେ ରୋଷେଆ ଜଣଙ୍କ ଛୁଟିରେ ଯାଇଥିଲେ। ଛୁଟିରୁ ଫେରି ସେ ବିଚାରପତିଙ୍କ ଘରେ କାମ ଆରମ୍ଭ କରିଥିଲେ।

ତେବେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ଶେଷରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହାପରେ ବିଚାରପତି ଓ ତାଙ୍କ ପରିବାର ପ୍ରତି ସଂକ୍ରମଣର ଆଶଙ୍କା ବଢ଼ିଛି। ଏହି କାରଣରୁ ସମସ୍ତେ ନିଜ ତରଫରୁ କ୍ୱାରେଣ୍ଟାଇନରେ ରହିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ରୋଷେଆ ଜଣଙ୍କ କେମିତି କରୋନା ଆକ୍ରାନ୍ତ ହେଲେ ଏବଂ ସେ ଆଉ କାହା ସଂସ୍ପର୍ଶରେ ଆସିଛନ୍ତି, ତା’ର ଖୋଳତାଡ଼ ଆରମ୍ଭ ହୋଇଛି। ସେହିପରି ବିଚାରପତିଙ୍କ ଘରକୁ ମଧ୍ୟ ସାନିଟାଇଜ କରାଯାଇଥିବା ଜଣାପଡ଼ିଛି।



from Odisha Reporter https://ift.tt/3dNSrXG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages