ଗଞ୍ଜାମରେ ଖୋଲିଲା ୪ ନୂଆ କୋଭିଡ୍ କେୟାର ସେଣ୍ଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 10, 2020

ଗଞ୍ଜାମରେ ଖୋଲିଲା ୪ ନୂଆ କୋଭିଡ୍ କେୟାର ସେଣ୍ଟର

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଟି ନୂଆ କୋଭିଡ୍ କେୟାର ସେଣ୍ଟର କରାଯାଇଛି।

ହିଞ୍ଜିଳିକାଟୁ ସ୍ଥିତ SDH ବିଲଡିଂରେ ଏକ କୋଭିଡ୍‌ କେୟାର ସେଣ୍ଟର କରାଯାଇଛି, ଯାହାର ବେଡ୍ ସଂଖ୍ୟା ୧୦୦ ରହିଛି। ସେହିପରି ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ କରାଯାଇଥିବା ସେଣ୍ଟରରେ ୨୦୦ଟି ବେଡ୍ ରହିଛି। ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ୭୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ଖୋଲିଛି। ଭଞ୍ଜନଗର ସ୍ଥିତ ସେକେଣ୍ଡାରୀ ଟ୍ରେନିଂ ସ୍କୁଲ୍‌ ଛାତ୍ରୀନିବାସରେ ମଧ୍ୟ ଏକ ସେଣ୍ଟର ଖୋଲିଛି, ଯାହାର ବେଡ୍ ସଂଖ୍ୟା ୧୦୦ ରହିଛି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  ୩୭୭ରେ ପହଞ୍ଚିଛି। ସେଥିରୁ ୩୦୬ଟି ଆକ୍ଟିଭ କେସ୍‌ ରହିଛି। ସେମାନେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୬୮ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ୩ଜଣଙ୍କ ମୃତ୍ୟୁ ଘଟିଛି।



from Odisha Reporter https://ift.tt/2AbVASl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages