ମେ’ ୧୭ ପରେ ଉଠିବ କି ଲକ୍‌ଡାଉନ୍‌ ? ଆଜି ପିଏମ-ସିଏମ ଆଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 10, 2020

ମେ’ ୧୭ ପରେ ଉଠିବ କି ଲକ୍‌ଡାଉନ୍‌ ? ଆଜି ପିଏମ-ସିଏମ ଆଲୋଚନା

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶରେ ଜାରି ହୋଇଥିବା ୬୪ ଦିନିଆ ଲକଡାଉନ ଅବଧି ଆସନ୍ତା ୧୭ ତାରିଖରେ ଶେଷ ହେବ। ଏହାପରେ ଳକଡାଉନ ବୃଦ୍ଧି କରାଯିବ ନା ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ଏହାକୁ ପ୍ରତ୍ୟାହାର କରାଯିବ, ତା’କୁ ନେଇ ସସପେନ୍ସ ଜାରି ରହିଛି।

ଗୋଟିଏ ପଟେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ଦେଶର ଅର୍ଥନୀତି ଖସିବାରେ ଲାଗିଛି। ଏସବୁ ଭିତରେ ଆଜି ଦେଶରେ କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ।

ଅପରାହ୍ନ ୩ଟାରେ ଏହି ଆଲୋଚନା ଆରମ୍ଭ ହେବ। ଏଥିରେ ମୁଖ୍ୟତଃ ଲକଡାଉନ୍ ଓ କରୋନା ସଂକଟର ମୁକାବିଲା ପ୍ରସଙ୍ଗ ଉପରେ ଫୋକସ୍ କରାଯିବ। ମୁଖ୍ୟମନ୍ତ୍ରୀମାନଙ୍କ ସହ ଏହା ମୋଦିଙ୍କ ୫ମ ବୈଠକ। ଦେଶରେ ମାର୍ଚ୍ଚ ୨୫ରୁ ଲକଡାଉନ କାର୍ଯ୍ୟକାରୀ କରିବା ପୂର୍ବରୁ ଓ ପରେ ମୋଦି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରାୟ ୪ ଥର ଆଲୋଚନା କରିଛନ୍ତି।

ଆଲୋଚନା ବେଳେ କରୋନା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡ଼ୁ ଓ ଦିଲ୍ଲୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇପାରେ। ସେହିପରି ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରୁଥିବାରୁ ଅର୍ଥନୀତିକ କାର୍ଯ୍ୟକଳାପ ପ୍ରଭାବିତ ହେବାର ଆଶଙ୍କା ରହିଛି।

ତେଣୁ ଏହାର ସମାଧାନ ଉପରେ ବି ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିପାରିନ୍ତି। ଏଥିସହ ଲକଡାଉନ ଯୋଗୁ କ’ଣ ସବୁ ଫାଇଦା ମିଳିଛି, ତା’ର ଫିଡବ୍ୟାକ ମଧ୍ୟ ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ଠାରୁ ନେବେ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2WNdQcz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages