ନକ୍ସଲ ଗୁଳିରେ ୨ ପୁଲିସ୍ କର୍ମଚାରୀ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 31, 2020

ନକ୍ସଲ ଗୁଳିରେ ୨ ପୁଲିସ୍ କର୍ମଚାରୀ ସହିଦ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଝାଡଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୁମ୍‌ ଜିଲ୍ଲାର କରେଇକେଲା ଥାନା ଅନ୍ତର୍ଗତ ଜୋନୂଆ ଗାଁ ନିକଟରେ ନକ୍ସଲ ଆକ୍ରମଣରେ ୨ ପୁଲିସ୍ କର୍ମଚାରୀ ସହିଦ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପୋଡାହାଟ SDPOଙ୍କ ବଡିଗାର୍ଡ ଥିବା ବେଳେ ଆଉ ଜଣେ କରେଇକେଲା ଥାନାରେ SPO ଭାବେ କାର୍ଯ୍ୟରତ ଥିଲେ।

ଗତକାଲି ଏକ ପୁଲିସ୍‌ ଟିମ୍‌ ଜୋ ନୂଆ ଗାଁ ଦେଇ ସର୍ଚ୍ଚ ଅପରେସନରେ ଯାଉଥିଲେ। ଏହି ସମୟରେ ପୂର୍ବରୁ ସେଠାରେ ଆମ୍ବୁସ ଲଗାଇ ବସିଥିବା ନକ୍ସଲମାନେ ପୁଲିସ୍‌ ଉପରକୁ ଅଚାନକ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ହିଁ ଦୁଇ ଜଣ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ଚକ୍ରଧରପୁର ରେଞ୍ଜର ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚ କୁମ୍ବିଙ୍ଗ ଅପରେସନ ଆରମ୍ଭ କରିଛନ୍ତି।



from Odisha Reporter https://ift.tt/2XMscuj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages