ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଦୁଲଦୁଲା ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ଘରେ ଶୋଇଥିବା ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ନାଁ ରାଜ କିଶୋର ଲୁହା।
ଗତକାଲି ରାତିରେ ରାଜ କିଶୋର ନିଜ ଘରେ ଶୋଇଥିଲେ। ଭୋର ସମୟରେ କବାଟଟି ଖୋଲା ଥିବା ବେଳେ କେହି ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିଥିବା ଜଣାଯାଇଛି। ଫଳରେ ଘଟଣାସ୍ଥଳରେ ରାଜ କିଶୋରଙ୍କ ମୃତ୍ୟୁ ଘଟିଥିଲା। ଦୁର୍ବୃତ୍ତଙ୍କ ଆକ୍ରମଣରେ ରାଜ କିଶୋରଙ୍କ ଭାଉଜ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।
ଖବର ପାଇ ଉଲୁଣ୍ଡା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। କିଏ ଓ କାହିଁକି ରାଜ କିଶୋରଙ୍କୁ ହତ୍ୟା କଲା ତାହା ସ୍ପଷ୍ଟ ହୋଇପାରି ନାହିଁ।
from Odisha Reporter https://ift.tt/3dnL6xU
No comments:
Post a Comment