ବ୍ରାଜିଲ ରାଷ୍ଟ୍ରପତିଙ୍କ ଭିଡିଓ କନଫରେନସିଂ ବେଳେ ଉଲଗ୍ନ ହୋଇ ଗାଧୋଇଲେ ଉଦ୍ୟୋଗପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 18, 2020

ବ୍ରାଜିଲ ରାଷ୍ଟ୍ରପତିଙ୍କ ଭିଡିଓ କନଫରେନସିଂ ବେଳେ ଉଲଗ୍ନ ହୋଇ ଗାଧୋଇଲେ ଉଦ୍ୟୋଗପତି

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି ବିଶ୍ୱ ମହାମାରୀକୁ ରୋକିବା ପାଇଁ ସାରା ବିଶ୍ୱ ଏବେ ସାମାଜିକ ଦୂରତା ନିୟମ ପାଳନ କରୁଛି। ବୈଠକ ଏବଂ ବାର୍ତ୍ତାଳପ କରିବା ପାଇଁ ଭିଡିଓ କନଫରେନସିଂ ପ୍ରମୁଖ ମାଧ୍ୟମ ପାଲଟିଛି। ହେଲେ ଏହି ବୈଠକର ଏକ ବିଚିତ୍ର ଚିତ୍ର ସାମ୍ନାକୁ ଆସିଛି।

ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ ଜୁମ୍ ଆପ୍ ଜରିଆରେ ଭିଡିଓ କନଫରେନସିଂ କରୁଥିଲେ। କରୋନା ସଂକ୍ରମଣର ସମୀକ୍ଷା ହେଉଥିଲା ଏହି ବୈଠକରେ। ସାଓ ପାଓଲୋ ଉଦ୍ୟୋଗ ସଂଘ ଏହି ବୈଠକର ଆୟୋଜକ ଥିଲା। ବୈଠକରେ ସାମିଲ ହୋଇଥିବା ଅଧିକାଂଶ ବ୍ୟକ୍ତି ଉଦ୍ୟୋଗପତି ଥିଲେ। ଭିଡିଓ କନଫରେସିଂ ବେଳେ ଜଣେ ଉଦ୍ୟୋଗପତି ତାଙ୍କର ଅନ୍ ଲାଇନ୍ ଫିଡ୍ କ୍ୟାମେରା ବନ୍ଦ କରିବାକୁ ଭୁଲି ଯାଇଥିଲେ। ପରିଣାମ ସ୍ୱରୂପ ସେ ଉଲଗ୍ନ ହୋଇ ଗାଧୋଉଥିବାର ଚିତ୍ର ଭିଡିଓ କନଫରେନସିଂରେ ଦେଖିବାକୁ ମିଳିଥିଲା। ଏହାପରେ ବ୍ରାଜିଲର ଶିଳ୍ପ ମନ୍ତ୍ରୀ ସେହି ବ୍ୟବସାୟୀଙ୍କ ଅନ ଲାଇନ୍ ଫିଡକୁ ବନ୍ଦ କରି ଦେଇଥିଲେ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ଅନଲାଇନ୍ ଭିଡିଓ କନଫରେସିଂ ବୈଠକର ଚାହିଦା ବଢ଼ିବକୁ ଲାଗିଛି। ଏହି ବୈଠକ ବେଳେ ବିଭିନ୍ନ ପ୍ରକାର ବିଚିତ୍ର ଚିତ୍ର ସାମ୍ନାକୁ ଆସୁଛି। ନିକଟରେ ଏବିସି ନ୍ୟୁଜର ରିପୋର୍ଟର ହାଫ ପ୍ୟାଣ୍ଟ ପିନ୍ଧି ରିପୋର୍ଟିଂ କରୁଥିବାର ଦେଖିବାକୁ ମିଳିଥିଲା।



from Odisha Reporter https://ift.tt/2WJLAsq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages