କୋଲକାତାରୁ ଫେରିଥିଲେ, କ୍ୱାରେଣ୍ଟାଇନ୍ ସେଣ୍ଟରରେ ଚାଲିଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 18, 2020

କୋଲକାତାରୁ ଫେରିଥିଲେ, କ୍ୱାରେଣ୍ଟାଇନ୍ ସେଣ୍ଟରରେ ଚାଲିଗଲା ଜୀବନ

ଭଦ୍ରକ (ପାର୍ଥ ସାରଥୀ ନାୟକ): କ୍ୱାରେଣ୍ଟାଇନ୍ ସେଣ୍ଟରରେ ଜଣେ କୋଲକାତା ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ ବୟାବନାପୁର ନୋଡାଲ ସ୍କୁଲରେ ଏହି ଘଟଣା ଘଟିଛି।

ମୃତ ବୃଦ୍ଧଙ୍କ ନାଁ ଦେବେନ୍ଦ୍ର ରାଉତ। ତାଙ୍କୁ ୭୨ ବର୍ଷ ହୋଇଥିଲା। ଗତ ରବିବାର ରାତିରେ ସେ କୋଲକାତାରୁ ଫେରି ଭଣ୍ଡାରିପୋଖରୀ ସରକାରୀ ଆଇଟିଆଇରେ ପଞ୍ଜିକରଣ କରିଥିଲେ। ସେଠାରେ ସେ ଅସୁସ୍ଥ ଅନୁଭବ କରିଥିଲେ। ତେବେ ଥର୍ମାଲ ଟେଷ୍ଟିଂ ପରେ ତାଙ୍କୁ ପଞ୍ଚାୟତ କ୍ଵରେଣ୍ଟାଇନ୍‌ ସେଣ୍ଟରକୁ ପଠାଇ ଦିଆଯାଇଥିଲା।

ତା’ପର ଦିନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେ ଜଳଖିଆ ଖାଇ ଶୋଇ ପଡ଼ିଥିଲେ। ତେବେ ମଧ୍ୟାହ୍ନରେ ସେ ଖାଇବା ପାଇଁ ଉଠି ନଥିଲେ। ତେଣୁ ତାଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଵୋଲି ଘୋଷଣା କରିଥିଲେ। ବୃଦ୍ଧ ଜଣଙ୍କ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ ବୋଲି ଡାକ୍ତର କହିଛନ୍ତି।



from Odisha Reporter https://ift.tt/3g1Sxgg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages