ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଡକ୍ଟର ବାବା ସାହେବ ଆମ୍ୱେଦକର ହସ୍ପିଟାଲର ୧୦୬ ଜଣ ସ୍ୱାସ୍ଥ୍ୟ କର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏକା ସାଙ୍ଗରେ ଗୋଟିଏ ହସ୍ପିଟାଲରୁ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ଦେଶରେ ଏଯାବତ ପ୍ରଥମ ଘଟଣା। ହସ୍ପିଟାଲ କତ୍ତୃପକ୍ଷ ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ ଅଲଗା କରି ରଖିବାରେ ବିଫଳ ହେବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି କୁହାଯାଉଛି। ପ୍ରଥମେ ଏହି ହସ୍ପିଟାଲର ତିନି ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।
ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ି ଚାଲିଛି। ୧୨ ମେ’ରେ ଦିଲ୍ଲୀରୁ କେବଳ ୪୦୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ତେବେ ଆଶ୍ୱସ୍ତିକର ଖବର ଏହା ଯେ ମଙ୍ଗଳବାର ଦିଲ୍ଲୀରେ ୩୮୩ ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏବେ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୬୩୯ ରହିଥିବା ବେଳେ ମୋଟ୍ ୮୬ ଜଣଙ୍କର ମୃତ୍ୟୁ ଘଟିଛି। ଏହାବାଦ୍ ୨୫୧୨ ଜଣ ଆକ୍ରାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
from Odisha Reporter https://ift.tt/3csPlIf
No comments:
Post a Comment