ଓ୍ୱାଶିଂଟନ: କରୋନାର ଉତ୍ପତ୍ତି ସ୍ଥଳ ଉହାନ ପାଇଁ ପ୍ରଥମେ ଚୀନ୍ ସନ୍ଦେହ ଘରରେ ଥିଲା ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଯୋଡ଼ି ହୋଇଛି। ଜର୍ମାନୀ ଗୁଇନ୍ଦା ପରେ ଏବେ ଆମେରିକା ଗୁଇନ୍ଦା ମଧ୍ୟ ସମାନ ପ୍ରମାଣ ପାଇଛି। ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ଦାବି କରିଛି ଯେ, କରୋନା ତଥ୍ୟ ଲୁଚାଇବା ପାଇଁ ଚୀନ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଧମକ ଦେଇଥିଲା। ଏ ନେଇ ସମସ୍ତ ପ୍ରମାଣ ସିଆଇଏ ପାଖରେ ରହିଛି। ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ବାବଦରେ ବିଶ୍ୱବାସୀଙ୍କୁ ଆଗୁଆ ସତର୍କ କରାଇନଥିଲା।
ଡେଲି ମେଲର ରିପୋର୍ଟ ଅନୁଯାୟୀ. ଚୀନ୍ ବିଳମ୍ୱରେ କରୋନା ବାବଦରେ ସୂଚନା ଦେବାକୁ କହି କରୋନା କିଟ୍ ଏକଜୁଟ କରିବାରେ ଲାଗିଥିଲା। ତେଣୁ ଏବେ ଘୋଷଣା ହେବା ପରେ ବି ଚୀନ୍ ପାଖରେ ୨ କୋଟି କରୋନା କିଟ୍ ରହିଛି। ଯାହାକୁ ଅନ୍ୟ ଦେଶ ମାନଙ୍କୁ ଏବେ ଅଧିକ ଦାମରେ ବିକ୍ରି କରୁଛି। ଆମେରିକାର ଅନ୍ୟତମ ପ୍ରମୁଖ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ମଧ୍ୟ ଏହିଭଳି ଦାବି କରିଛି।
ଏହାପୂର୍ବରୁ ଡେଲିମେଲରେ କରୋନା ପ୍ରସଙ୍ଗରେ ଚୀନ୍ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖିଆ ଟେଡରୋସକୁ ନେଇ ଏକ ରିପୋର୍ଟ ବାହାରିଥିଲା। ଯେଉଁଥିରେ ଜର୍ମାନୀର ଗୁଇନ୍ଦା ବିଏନଡିର ରିପୋର୍ଟକୁ ଉଦ୍ଧୃତ କରି କୁହାଯାଇଥିଲା ଯେ, ଚୀନ୍ ରାଷ୍ଟ୍ରପତି ଜିଙ୍ଗ୍ ପିଙ୍ଗ୍ ବ୍ୟକ୍ତିଗତ ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସଙ୍କୁ କରୋନା ଭାଇରସ ବାବଦରେ ସୂଚନା ଲୁଚାଇବାକୁ ନିବେଦନ କରିଥିଲେ। ଏମିତିକି ବିଳମ୍ୱରେ ଏ ବାବଦରେ ବିଶ୍ୱବାସୀଙ୍କୁ ଅବଗତ କରାଇବାକୁ ଚୀନ୍ ରାଷ୍ଟ୍ରପତି ନିବେଦନ କରିଥିଲେ। ଜାନୁଆରୀ ୨୧ରେ ଜିଙ୍ଗପିଙ୍ଗ ଓ WHO ପ୍ରମୁଖ ଟେଡ୍ରୋସଙ୍କ ସହିତ ଏଭଳି ଆଲୋଚନା ହୋଇଥିବା ରିପୋର୍ଟରେ ଦାବି ହୋଇଛି।
from Odisha Reporter https://ift.tt/2WoTVl4
No comments:
Post a Comment