ଭଦ୍ରକ (ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଛତାବର ନିକଟରେ ଏକ ବସ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ‘ଆଶୀର୍ବାଦ’ ନାମକ ଏହି ଘରୋଇ ବସ୍ ଟ୍ରେନ୍ରେ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ଆଣିବାକୁ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ଛତାବର ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲ। ଏଥିରେ ବସ୍ ଡ୍ରାଇଭର ଓ ହେଲପର୍ ସାମାନ୍ୟ ଆହତ ହୋଇଥିଲେ। ତେବେ ସେମାନଙ୍କ ବେଶି କିଛି ହୋଇନାହିଁ। ସେମାନଙ୍କ ଚିକିତ୍ସା କରାଯାଇଛି।
from Odisha Reporter https://ift.tt/2KY9Pwg
No comments:
Post a Comment