ନୂଆଦିଲ୍ଲୀ: କରୋନାକୁ କାହାର ଖାତିର ନାହିଁ। ମଦ ଦୋକାନ ଖୋଲୁ ଖୋଲୁ ଏହାକୁ କିଣିବା ପାଇଁ ଲୋକମାନେ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। ଏଥିପାଇଁ ସକାଳ ଠାରୁ ହିଁ ପ୍ରାୟ ସବୁ ମଦ ଦୋକାନ ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଛତିଶଗଡ଼ରେ ଲୋକମାନେ ସାମାଜିକ ଦୂରତା ଭୁଲି ପରସ୍ପରକୁ ଧକ୍କା ଦେଇ ଆଗୁଆ ମଦ କିଣିବାରେ ଲାଗିଛନ୍ତି।
ଏହାକୁ ଦେଖିଲେ କରୋନା ଆଦୌ ଏମାନଙ୍କର କିଛି କରିପାରିବ ନାହିଁ ବୋଲି ଲାଗୁଛି। ବିଶେଷ କରି ରାଜନନ୍ଦଗାଓଁରେ ଥିବା ମଦ ଦୋକାନ ଆଗରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।
ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଆଜି ଠାରୁ ଦିଲ୍ଲୀରେ ପ୍ରାୟ ୧୫୦ ମଦ ଦୋକାନ ଖୋଲିଛି। ମଦ ଦୋକାନ ଖୋଲିବା କ୍ଷଣି ଶହ ଶହ ଲୋକ ଲମ୍ବା ଲାଇନରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଅବଶ୍ୟ ନିଷ୍ପତ୍ତି ଅନୁଯାୟୀ, ଲାଇନରେ ଛିଡ଼ା ହୋଇଥିବା ଲୋକମାନେ ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ପିନ୍ଧିଛନ୍ତି।
ହେଲେ ମଦ ପାଇଁ ଏତେ ଲମ୍ବା ଲାଇନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଜି ସକାଳ ୧୦ଟାରେ ଦିଲ୍ଲୀର ଲକ୍ଷ୍ମୀ ନଗର ଠାରେ ଥିବା ମଦ ଦୋକାନ ଖୋଲିଥିଲା। ଏହା ଖୋଲିବା ପୂର୍ବରୁ ହିଁ ଲୋମାନେ ଧାଡ଼ିରେ ଛିଡ଼ା ହେବା ଆରମ୍ଭ କରିଦେଇଥିଲେ।
ଶେଷରେ ଦୋକାନ ଖୋଲିବା ପରେ ଲୋକଙ୍କ ଉତ୍ସାହ ବଢ଼ି ଯାଇଥିଲା। କିଏ ପେଟିଏ ମଦ କିଣି ନେଉଥିବା ବେଳେ ଆଉ କିଏ ୪ରୁ ୫ ବୋତଲ ମଦ ଏକାଥରେ ନେଉଥିବା ଦେଖିବାକୁ ମିଳିଛି।
କେବଳ ଦିଲ୍ଲୀ ନୁହେଁ, ଆଜିଠାରୁ କର୍ଣ୍ଣାଟକା, ଆସାମ, ଛତିଶଗଡ଼, ହିମାଚଳ ପ୍ରଦେଶ ଓ ମହାରାଷ୍ଟ୍ର ଭଳି ଏକାଧିକ ରାଜ୍ୟରେ ମଦ ଦୋକାନ ଖୋଲାଯାଇଛି।
ଶୁକ୍ରବାର କେନ୍ଦ୍ର ସରକାର କରୋନା ଲକଡାଉନକୁ ଦୁଇ ସପ୍ତାହ ବୃଦ୍ଧି କରିଥିଲେ। ତେବେ ଏହି ଲକଡାଉନ ସମୟରେ ମଦ ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ଦେଇଥିଲେ। କେବଳ କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଆଉ ସବୁଠାରେ ମଦ ଦୋକାନ ଖୋଲିପାରିବ ବୋଲି କେନ୍ଦ୍ର ସରକାର ଗାଇଡଲାଇନରେ କହିଛନ୍ତି। ଏହାକୁ ପାଳନ କରି ଦିଲ୍ଲୀ ସରକାର ବି ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି।
from Odisha Reporter https://ift.tt/3dfV3wS
No comments:
Post a Comment