ରଥ କାମରେ ନିୟୋଜିତ ସେବାୟତଙ୍କର ହେଉଛି କୋଭିଡ୍ ଟେଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 12, 2020

ରଥ କାମରେ ନିୟୋଜିତ ସେବାୟତଙ୍କର ହେଉଛି କୋଭିଡ୍ ଟେଷ୍ଟ

ପୁରୀ(ଓଡ଼ିଶା ରିପୋର୍ଟର): ଆଜିଠାରୁ ରଥ ନିର୍ମାଣ କାମରେ ଲାଗିଥିବା ସେବାୟତଙ୍କ କୋଭିଡ୍ ଟେଷ୍ଟ ଆରମ୍ଭ ହୋଇଛି।  ଆଜି ସମସ୍ତ ସେବାୟତଙ୍କ ନମୁନା ସଂଗ୍ରହ କରାଯାଉଛି। ୩ ଦିନ ମଧ୍ୟରେ ଟେଷ୍ଟ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ବଳବନ୍ତ ସିଂ।  ରଥ ନିର୍ମାଣରେ ଲାଗିଥିବା ୧୬୦ ଜଣ ସେବାୟତଙ୍କୁ ସରକାରୀ କ୍ୱାରେଣ୍ଟିନରେ ରଖାଯାଇଥିବା ବେଳେ ସେମାନଙ୍କ କୋଭିଡ ଟେଷ୍ଟ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା ।

ଶ୍ରୀଜିଉଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ନୀତି ନେଇ ଦଇତାପତି ନିଯୋଗ ସହ ପ୍ରଶାସନର ଗତକାଲି ବୈଠକ ହୋଇଛି । ବୈଠକରେ ବାହାରି ଥିବା ନିର୍ଯାସ ନେଇ ଆସନ୍ତା ପରିଚାଳନା କମିଟି ବୈଠକରେ ଆଲୋଚନା ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି  ।

ଲକ୍‌ଡାଉନ୍‌ ଗାଇ଼ଡଲାଇନ୍‌ ଓ କ୍ୱାରେଣ୍ଟାଇନ୍‌ ସଂପର୍କରେ ପ୍ରଶାସନ ପକ୍ଷରୁ ଦଇତାପତିଙ୍କୁ ଅବଗତ କରାଯାଇଛି । ସରକାରୀ କ୍ୱାରେଣ୍ଟାଇନ୍‌ ହେଉ ବା ହୋମ କ୍ୱାରେଣ୍ଟାଇନ୍‌ରେ ରହି କରୋନା ସଂକ୍ରମଣ ରୋକିବା ପାଇଁ କୁହାଯାଇଛି । ତେବେ ଆଗାମୀ ପରିଚାଳନା କମିଟି ବୈଠକରେ ଦଇତାପତିମାନେ ସେମାନଙ୍କ ପ୍ରସ୍ତାବ ରଖିବେ । ଏହାପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ପ୍ରଶାସନ ପକ୍ଷରୁ ଶ୍ରୀଜିଉଙ୍କ ସମସ୍ତ ନୀତି ଠିକ୍ ଭାବେ ସମ୍ପନ୍ନ ନିମନ୍ତେ ବ୍ୟବସ୍ଥା କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।



from Odisha Reporter https://ift.tt/3fLhKLK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages