ଫୁଲବାଣୀ(ତ୍ରିନାଥ ସାହୁ): ଗତ ୩ ଦିନ ପୂର୍ବେ ମହାରାଷ୍ଟ୍ରରେ ସନ୍ଦେହଜନକ ଭାବେ ପ୍ରାଣ ହରାଇଥିବା କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଭୁକ୍ତକନାଲି ଗାଁର ଜଣେ ଶ୍ରମିକଙ୍କର ମୃତଦେହ ଗତକାଲି ଗାଁରେ ପହଞ୍ଚିଥିଲା। ହେଲେ ଶବ ସତ୍କାର ପାଇଁ ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ପ୍ରଶାସନିକ ହସ୍ତକ୍ଷେପ ପରେ ଗାଁରେ ଶେଷକୃତ ସମ୍ପନ୍ନ ହୋଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଭୁକ୍ତକନାଲି ଗାଁର ବିନାୟକ କହଁର କାମ କରିବାକୁ ମହାରାଷ୍ଟ୍ରର ପୋଷ ଥାନା ଅଞ୍ଚଳକୁ ଯାଇଥିଲେ। ହେଲେ ସେଠାରେ ଶୁକ୍ରବାର ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ପୁଲିସ୍ ଜବତ କରିଥିଲା ।
ଖବର ପାଇ ପରିବାର ଲୋକେ ଏ ନେଇ କନ୍ଧମାଳ ଜିଲ୍ଲା ADMଙ୍କୁ ଜଣାଇଥିଲେ । ଜିଲ୍ଲା ପ୍ରଶାସନର ସହଯୋଗରେ ତାଙ୍କ ମୃତଦେହକୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ମହାରାଷ୍ଟ୍ରରୁ ଅଣାଯାଇ ଗତକାଲି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।
ତେବେ ଗ୍ରାମରେ ଶବ ସତ୍କାର ପାଇଁ କିଛି ଗ୍ରାମବାସୀ ବିରୋଧ କରିବାରୁ ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର ଏବଂ ଖଜୁରୀପଡ଼ା ଥାନା IIC ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ପରିବାର ଲୋକ ଏବଂ ଗ୍ରାମବାସୀ ମିଳିତ ଭାବେ ଶବ ସତ୍କାର କରିଥିଲେ।
from Odisha Reporter https://ift.tt/35OqU5B
No comments:
Post a Comment