ଚିରନିଦ୍ରାରେ ଶୋଇପଡ଼ିଲେ ଶଫିକ୍‌, ଶୋକ ପ୍ରକଟ କଲା ସିଣ୍ଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 11, 2020

ଚିରନିଦ୍ରାରେ ଶୋଇପଡ଼ିଲେ ଶଫିକ୍‌, ଶୋକ ପ୍ରକଟ କଲା ସିଣ୍ଟା

ମୁମ୍ବାଇ: କ୍ରାଇମ୍ ପେଟ୍ରୋଲ୍ ଫେମ୍ ଆକ୍ଟର ଶଫିକ୍ ଅନ୍‌ସାରୀଙ୍କର ଗତ ରବିବାର ପରଲୋକ ହୋଇଯାଇଛି। ସେ କ୍ୟାନ୍‌ସର୍‌ରେ ପୀଡ଼ିତ ଥିଲେ। ଦୀର୍ଘଦିନ ଧରି କ୍ୟାନ୍‌ସର୍‌ ସହିତ ଲଢ଼େଇ କରିବା ପରେ ମୁମ୍ବାଇରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
ଶଫିକ୍‌ଙ୍କ ମୃତ୍ୟୁରେ ଟିଭି ଇଣ୍ଡଷ୍ଟ୍ରୀ ଦୁଃଖ ପ୍ରକାଶ କରିଛି। ଫ୍ୟାନ୍‌ମାନେ ବି ସୋଶାଲ୍ ମିଡିଆରେ ଦୁଃଖ ପ୍ରକାଶ କରିଛନ୍ତି। ସିଣ୍ଟା (ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ୍‌) ଏହି ଘଟଣାରେ ଶୋକ ପ୍ରକାଶ କରିଛି। ସିଣ୍ଟା ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ ଅନ୍‌ସାରୀଙ୍କ ପରଲୋକରେ ଆମେ ଦୁଃଖିତ। ସେ ୨୦୦୮ରୁ ସିଣ୍ଟାର ସଦସ୍ୟ ଥିଲେ।


ଶଫିକ୍‌ ଜଣେ ସହ ନିର୍ଦ୍ଦେଶକ ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଅଭିନୟରେ ପାଦ ଦେଇଥିଲେ। ସେ କ୍ରାଇମ୍ ପେଟ୍ରୋଲ୍‌ ବ୍ୟତୀତ କିଛି ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ସେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ବାଗ୍‌ବାନ୍‌’ର ସ୍କ୍ରିନ୍‌ରାଇଟର୍ସଙ୍କ ମଧ୍ୟରୁ ଜଣେ ଥିଲେ।

ଏକ ରିପୋର୍ଟ ଅନୁଯାୟୀ, ବେଶ୍ କିଛି ବର୍ଷ ଶଫିକ୍ ପେଟ କ୍ୟାନସରରେ ପୀଡ଼ିତ ଥିଲେ। ଶେଷରେ ସେଥିରେ ହିଁ ତାଙ୍କର ପରଲୋକ ହୋଇଛି।



from Odisha Reporter https://ift.tt/2YSHu2z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages