ବ୍ରହ୍ମପୁର (ଅଶୋକ ବ୍ରହ୍ମା): ସରକାରୀ କ୍ୱାରେଣ୍ଟାଇନ୍ ସେଣ୍ଟରରେ ସଙ୍ଗରୋଧ ନିୟମକୁ ଫୁ’। ପୁଣି ଏମିତି ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଗୋଠଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରୁ। ଏହି କ୍ୱାରେଣ୍ଟାଇନ୍ ସେଣ୍ଟରରେ ସୁରତ ଫେରନ୍ତା ରହିଛନ୍ତି। ହେଲେ ସେମାନଙ୍କ ପରିବାର ଲୋକେ ଆସି ସେମାନଙ୍କୁ ଭେଟୁଥିବା ଦେଖିବାକୁ ମିଳିଛି। ଖାଲି ଭେଟୁନାହାନ୍ତି, ଖାଦ୍ୟ ପୁଡ଼ିଆ, ପାନ ଓ ମୋବାଇଲ ଚାର୍ଜର ଆଦି ମଧ୍ୟ ଆଣି ଦେଉଛନ୍ତି। ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।
ଅନ୍ୟପକ୍ଷରେ ଏହି କ୍ୱାରେଣ୍ଟାଇନ୍ କେନ୍ଦ୍ର ଦାୟିତ୍ୱରେ ଥିବା ଲୋକେ କେଉଁଠି ଥିଲେ, କ’ଣ କରୁଥିଲେ ଓ ସେଠାକୁ ଆସୁଥିବା ଲୋକଙ୍କୁ କାହିଁକି ଅଟକାଇଲେ ନାହିଁ, ସେନେଇ ବି ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗଞ୍ଜାମ ଜିଲ୍ଲାରୁ ଆଉ ୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩ରେ ପହଞ୍ଚିଛି। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪କୁ ବୃଦ୍ଧି ପାଇଛି।
from Odisha Reporter https://ift.tt/2WLjtYS
No comments:
Post a Comment