ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ଦିଲ୍ଲୀରେ ଫସିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରିବା ପାଇଁ ଆବଶ୍ୟକ ଟ୍ରେନ ଭଡ଼ା ଦିଲ୍ଲୀ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି।
ବର୍ତ୍ତମାନର ଗାଇଡଲାଇନ ଅନୁଯାୟୀ, ବିଭିନ୍ନ ପ୍ରଦେଶରେ ଫସିଥିବା ପ୍ରବାସୀମାନଙ୍କ ପାଇଁ କେନ୍ଦ୍ର ସରକାର ସ୍ପେଶାଲ ଶ୍ରମିକ ଟ୍ରେନ ଚାଲୁ କରିଛନ୍ତି। ଏଥିରେ ଯେଉଁମାନେ ଯାତ୍ରା କରିବେ, ସେମାନଙ୍କ ଟ୍ରେନ ଭଡ଼ା ସଂପୃକ୍ତ ବ୍ୟକ୍ତିଙ୍କ ରାଜ୍ୟ ସରକାରମାନେ ପ୍ରଦାନ କରିବଆ।
ତେବେ ଦିଲ୍ଲୀରେ ଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ କେଜ୍ରିୱାଲ ସରକାର ସହାୟତାର ହାତ ବଢ଼ାଇଛନ୍ତି। ଦିଲ୍ଲୀରେ କେଉଁ ରାଜ୍ୟରୁ କେତେ ଜଣ ଶ୍ରମିକ ଫସି ରହିଛନ୍ତି, ସେକଥା ବି କେଜ୍ରିୱାଲ ସରକାର ବିଭିନ୍ନ ରାଜ୍ୟ ସରକାରମାନଙ୍କୁ ଜଣାଇ ଦେଇଛନ୍ତି।
ଦିଲ୍ଲୀ ସରକାରଙ୍କ ପକ୍ଷରୁ ଜାରି କାଯାଇଥିବା ବିବୃତିରେ କୁହାଯାଇଛି ଯେ ଦିଲ୍ଲୀରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କ ଟ୍ରେନ ଭଡ଼ା ବୟନ କରିବା ନେଇ ଏକାଧିକ ରାଜ୍ୟ କୌଣସି ଉତ୍ତର ଦେଇନାହାନ୍ତି। ତେଣୁ ପ୍ରବାସୀ ଶ୍ରମିକମାନେ ଯାତ୍ରା କରିବାରେ ସମସ୍ୟା ଭୋଗୁଛନ୍ତି।
ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ପ୍ରବାସୀ ଶ୍ରମିକଙ୍କ ଟ୍ରେନ ଭଡ଼ା ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରବାସୀଙ୍କ ସୁରକ୍ଷିତ ଟ୍ରେନ ଯାତ୍ରା, ସମାଜିକ ଦୂରତା, ଖାଦ୍ୟ ଓ ପାଣିକୁ ଦିଲ୍ଲୀ ସରକାର ନିଶ୍ଚିତ କରିବେ।
ଗତକାଲି ପ୍ରଥମ ଦଫାରେ ଦିଲ୍ଲୀରୁ ୧୨ଶହ ଶ୍ରମିକଙ୍କୁ ନେଇ ଏକ ଟ୍ରେନ ବିହାରର ମୁଜାଫରପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏହାର ଖର୍ଚ୍ଚ ଅରବିନ୍ଦ କେଜ୍ରିୱାଲ ବହନ କରିବେ ବୋଲି ଦିଲ୍ଲୀର କ୍ୟାବିନେଟ ମନ୍ତ୍ରୀ ଗୋପାଲ ରାଏ ଟ୍ୱିଟ କରିଛନ୍ତି।
from Odisha Reporter https://ift.tt/2LdBoBY
No comments:
Post a Comment