ଆରମ୍ଭ ହେବ ଅନ୍‌ଲାଇନ୍‌ କ୍ଲାସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 8, 2020

ଆରମ୍ଭ ହେବ ଅନ୍‌ଲାଇନ୍‌ କ୍ଲାସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅନ୍‌ଲାଇନ୍‌ରେ ପାଠ ପଢ଼ିବେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ । ଲକଡାଉନ୍‌ ଯୋଗୁଁ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ସେମାନଙ୍କ ପାଇଁ ଅନ୍‌ଲାଇନ୍‌ କ୍ଲାସ୍ ବ୍ୟବସ୍ଥା ହେବ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।

ଡିଜିଟାଲ୍ କୋର୍ସ ପାଇଁ ଆବଶ୍ୟକ ଶିକ୍ଷା ଉପାଦାନ ତଥା ଭିଡିଓ ଯୋଗାଇବାକୁ ସମସ୍ତ ସରକାରୀ ଓ ବେସରକାରୀ ଏଡେଡ୍ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ନିର୍ଦ୍ଦେଶକ । ଅଧ୍ୟକ୍ଷମାନେ ସମସ୍ତ ଷ୍ଟ୍ରିମ୍‌ର ଅଧ୍ୟାପକଙ୍କଠାରୁ ଏହା ସଂଗ୍ରହ କରି ମେ ୨୦ ସୁଦ୍ଧା ନିର୍ଦ୍ଦେଶାଳୟକୁ ଇମେଲ୍ ଯୋଗେ ପଠାଇବେ । ପରେ ଏକ୍ସପର୍ଟ କମିଟି ଯାଞ୍ଚ କରି ଏହାକୁ ଚୂଡ଼ାନ୍ତ କରିବ ।

ସେପଟେ ରାଜ୍ୟର ୨୪ଟି ଜିଲ୍ଲାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମଧୁ ଆପ୍ ଓ ଏଡୁସାଟ୍ ଦ୍ୱାରା ଶିକ୍ଷାଦାନ ବ୍ୟବସ୍ଥା କରୁଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏଥିପାଇଁ ବିଭାଗ ପକ୍ଷରୁ ମାଇକ୍ରୋସଫ୍ଟ ଟିମ୍‌ର ସାହାଯ୍ୟ ନିଆଯାଉଛି । ୨୪ଟି ଜିଲ୍ଲାର ୧୦ଟି ସ୍କୁଲ୍‌ରେ ଏହି ବ୍ୟବସ୍ଥା ହେବ । ପ୍ରତି ସ୍କୁଲ୍ ଅଧୀନରେ ୨୫୦ ଛାତ୍ରଛାତ୍ରୀ ଏହାଦ୍ୱାରା ପାଠ ପଢ଼ିପାରିବେ । ମାଇକ୍ରୋସଫ୍ଟ ଟିମ୍ ମାଧ୍ୟମରେ ଛାତ୍ରଛାତ୍ରୀ ସିଧାସଳଖ ଶିକ୍ଷକଙ୍କ ସହ ପାଠ ସଂପର୍କରେ ଆଲୋଚନା କରିପାରିବେ ବୋଲି ସୂଚନା ମିଳିଛି ।



from Odisha Reporter https://ift.tt/3dwXhbk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages