ଭାରତରେ କରୋନାକୁ ପୂରିଲା ୧୦୦ ଦିନ, ଜାଣନ୍ତୁ ସ୍ଥିତି କେମିତି ରହିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 8, 2020

ଭାରତରେ କରୋନାକୁ ପୂରିଲା ୧୦୦ ଦିନ, ଜାଣନ୍ତୁ ସ୍ଥିତି କେମିତି ରହିଛି

ନୂଆଦିଲ୍ଲୀ: ଚାଇନାର ଉହାନ ମାଂସ ମାର୍କେଟରୁ ଡିସେମ୍ବର ମାସରେ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ ସାରା ବିଶ୍ୱରେ ତାଣ୍ଡବ ରଚିଛି। ଏଥରୁ ଭାରତ ମଧ୍ୟ ବର୍ତ୍ତି ପାରିନାହିଁ। ଲକଡାଉନ ଓ କଟକଣା ସତ୍ତ୍ୱେ ଦେଶରେ ହୁହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି।

ଇତି ମଧ୍ୟରେ ଭାରତରେ କରୋନା ଭାଇରସକୁ ୧୦୦ ଦିନ ପୂରିଛି। ଜାନୁଆରୀ ୩୦ରେ ଭାରତରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ମେ’ ୮ରେ କରୋନା ଭାରତରେ ୧୦୦ ଦିନ ପୂରଣ କରିଛି।

ଏହି ୧୦୦ ଦିନ ମଧ୍ୟରେ ବିଶ୍ୱ ତୁଳନାରେ ଭାରତର ସ୍ଥିତି କେମିତି ରହିଛି, ଆସନ୍ତୁ ଜାଣିବା। ଜାନୁଆରୀ ୩୦ରେ କେରଳର ଥ୍ରୀସୁରକୁ ଚାଇନାର ଉହାନରୁ ଫେରିଥିବା ଜଣେ ମେଡିକାଲ ପାଠ୍ୟକ୍ରମ ଛାତ୍ର ଶରୀରରେ କରୋନା ଭୂତାଣୁ ଠାବ ହୋଇଥିଲା। ଏହାପରେ ସେହି ଛାତ୍ରଙ୍କ ସଂସ୍ପର୍ଶରେ ଆସି ଆଉ ୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେବେଠାରୁ ଏହାକୁ ନେଇ ବେଶ କିଛି ତତ୍ପରତା ପ୍ରକାଶ ପାଇ ନଥିଲା। ହେଲେ ଧୀରେଧୀରେ ପୂରା ଦେଶକୁ କରୋନା କବଳିତ କରିବାକୁ ବସିଛି।

ଦେଶରେ ପ୍ରଥମ ମାମଲା ଚିହ୍ନଟ ହେବା ପରେ ୩୦ ଦିନ ଧରି କରୋନା ବେଶ ଶାନ୍ତ ରହିଥିଲା। ଏହାପରେ ଖୁବକମ ବେଗରେ କରୋନା ସଂକ୍ରମଣ ବଢ଼ିଥିଲା। ପ୍ରଥମ ୫୦ ଦିନରେ ଭାରତରେ ୨୦୦ଟି ପଜିଟିଭ କେସ ସାମ୍ନାକୁ ଆସିଥିଲା। ଏପ୍ରିଲ ମାସ ଆରମ୍ଭ ହେବା କ୍ଷଣି କରୋନାର ସଂକ୍ରମଣ ବେଗ ମଧ୍ୟ ଦ୍ରୁତଗତିରେ ବଢ଼ିବାରେ ଲାଗିଛି।

ମେ’ ମାସ ଆରମ୍ଭରୁ ପ୍ରତିଦିନ ୩ ହଜାର ଲେଖାଏ ମାମଲା ସାମ୍ନାକୁ ଆସୁଛି। ତଥ୍ୟ ଅନୁସାରେ, ଫେବୃଆରୀ ୨୯ରୁ ମାର୍ଚ୍ଚ ୯ ମଧ୍ୟରେ ୪୫ଟି, ମାର୍ଚ୍ଚ ୧୦ରୁ ମାର୍ଚ୍ଚ ୧୯ ମଧ୍ୟରେ ୧୫୦, ମାର୍ଚ୍ଚ ୨୦ରୁ ମାର୍ଚ୍ଚ ୨୯ ମଧ୍ୟରେ ୯୪୧, ମାର୍ଚ୍ଚ ୩୦ରୁ ଏପ୍ରିଲ ୮ ମଧ୍ୟରେ ୪୭୭୬, ଏପ୍ରିଲ ୯ରୁ ୧୮ ମଧ୍ୟରେ ୯୮୧୦, ଏପ୍ରିଲ ୧୯ରୁ ୨୮ ମଧ୍ୟରେ ୧୫,୬୩୫ ଓ ଏପ୍ରିଲ ୨୯ରୁ ମେ’ ୭ ମଧ୍ୟରେ ୨୫୯୯୧ ମାମଲା ସାମ୍ନାକୁ ଆସିଛି।

ଏହି ୧୦୦ ଦିନ ମଧ୍ୟରେ ଆମେରିକା ଓ ବ୍ରିଟେନ ତୁଳନାରେ ଭାରତରେ ଆକ୍ରାନ୍ତସଂଖ୍ୟା ଖୁବକମ ବଢ଼ିଛି। ଆମେରିକାରେ ପ୍ରଥମ କରୋନା ମାମଲା ୨୧ ଜାନୁଆରୀରେ ସାମ୍ନାକୁ ଆସିଥିଲା। ଫେବୃଆରୀ ଶେଷ ଯାଏ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮ ଥିଲା। ତେବେ ମାର୍ଚ୍ଚ ଶେଷ ବେଳକୁ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷରେ ପହଞ୍ଚି ଯାଇଥିଲା। ସେହିପରି ୧୦୦ ଦିନରେ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାର କରିଛି।

ବ୍ରିଟେନ କଥା ବିଚାରକୁ ନେଲେ, ଭାରତର ଗୋଟିଏ ଦିନ ପରେ ଅର୍ଥାତ ଜାନୁଆରୀ ୩୧ରେ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଥିଲା। ଫେବୃଆରୀ ଶେଷ ସୁଦ୍ଧା ଏଠାରେ ୨୧ଟି ମାମଲା ରହିଥିଲା। ମାର୍ଚ୍ଚ ଶେଷ ସୁଦ୍ଧା ୨୫ ହଜାର ଓ ମେ’ ୭ ବେଳକୁ ବ୍ରିଟେରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ପାର କରିଛି।

ବିଶେଷଜ୍ଞଙ୍କ ମତରେ ଭାରତରେ ଆଗକୁ କରୋନା ସର୍ବୋଚ୍ଚ ଗତିରେ ବଢ଼ିବ। ବିଶେଷ କରି ଜୁଲାଇ ଶେଷ ଭାଗରେ ସ୍ଥିତି ଆହୁରି ସାଂଘାତିକ ହେବାର ଆଶଙ୍କା ରହିଛି।



from Odisha Reporter https://ift.tt/3duUgZa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages