ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଲିଉଡ୍ର ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ ଅଛନ୍ତି। ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ତାଙ୍କ ଅଭିନେତ୍ରୀ ପତ୍ନୀ ତନ୍ଦ୍ରା ରାୟ ସୂଚନ ଦେଇଛନ୍ତି। ସେ କହିଛନ୍ତି, କାଲି ମେଡିକାଲ୍ ଚେକ୍ ପାଇଁ ଆସିଥିବା ବେଳେ ହୃଦଘାତ ହୋଇଥିଲା। କାଲିଠାରୁ ଆଇସିୟୁରେ ଅଛନ୍ତି। ଆଜି ଅବସ୍ଥା ଟିକେ ଭଲ ଅଛି।
ଏହା ପୂର୍ବରୁ ସିନେ କଳାକାର ସଂଘ ସାଧାରଣ ସଂପାଦକ ଶ୍ରୀତମ ଦାସ ମଧ୍ୟ ବିଜୟ ମହାନ୍ତି ଅସୁସ୍ଥ ଥିବା ନେଇ ସୂଚନା ଦେଇଥିଲେ।
from Odisha Reporter https://ift.tt/2XwhXdf
No comments:
Post a Comment