ଖରାପ ପାଗ ପାଇଁ ଇତିହାସ ରଚିପାରିଲାନି ସ୍ପେସ ଏକ୍ସ, ମିଶନ ମହାକାଶ ଟଳିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 27, 2020

ଖରାପ ପାଗ ପାଇଁ ଇତିହାସ ରଚିପାରିଲାନି ସ୍ପେସ ଏକ୍ସ, ମିଶନ ମହାକାଶ ଟଳିଲା

ୱାଶିଂଟନ: ଘରୋଇ କମ୍ପାନୀ ସ୍ପେସ ଏକ୍ସ ଇତିହାସ ରଚିବା ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲା ସେଥିରେ ପାଣି ପକାଇ ଦେଇଛି ଖରାପ ପାଗ। ଖରାପ ପାଗ ଯୋଗୁ କମ୍ପାନୀର ସ୍ପେସ ଏୟାରକ୍ରାଫ୍ଟ ଲଞ୍ଚିଂକୁ ସ୍ଥଗିତ ରଖାଯାଇଛି। ସ୍ପେସ ଏକ୍ସର ଏହି ମହାକାଶ ଯାତ୍ରାରେ ନାସା ମଧ୍ୟ ସହଯୋଗ କରୁଥିଲା।

ନାସାର ଦୁଇଜଣ ମହାକାଶଚାରୀ ମଧ୍ୟ ଏଥିରେ ଉଡ଼ାଣ ଭରିବାର ଥିଲା। କିନ୍ତୁ ଲଞ୍ଚିଂର ଠିକ ୧୭ ମିନିଟ୍‌ ପୂର୍ବରୁ ହିଁ ଆକାଶରେ କଳା ମେଘ ଘୋଟେଇ ଆସିବା ସହ ଘନଘନ ବିଜୁଳି ମାରିଥିଲା। ଫଳରେ ମିଶନକୁ ଶେଷ ମୁହୂର୍ତ୍ତରେ ବାତିଲ କରିଦିଆଯାଇଛି। ଏବେ ଶନିବାର ଦିନ ପୁଣିଥରେ ସ୍ପେସ ଏକ୍ସ ମିଶନ ମହାକାଶ ଆରମ୍ଭ କରିବ।

ପ୍ରଥମଥର ପାଇଁ କୌଣସି ଘରୋଇ କମ୍ପାନୀ ମହାକାଶକୁ ମାନବ ପଠାଇବାକୁ ଉଦ୍ୟମ କରୁଛି। ଯଦି ଏପରି କରିବାରେ ସ୍ପେସ ଏକ୍ସ ସଫଳ ହେବ, ତା’ହେଲେ ଏହା ଏକ ରେକର୍ଡ ସୃଷ୍ଟି କରିବ।

ନିଜର ମିଶନ ମହାକାଶକୁ ସଫଳ ରୂପ ଦେବା ପାଇଁ ସ୍ପେସ ଏକ୍ସ ପକ୍ଷରୁ ହିଁ ସ୍ୱତନ୍ତ୍ର ମହାକାଶ ଯାନ ନିର୍ମାଣ କରାଯାଇଛି। ବୁଧବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଏହା ଲଞ୍ଚ ହେବାର ଥିଲା। ୨୦୧୧ ପରେ ଆମେରିକା ମାଟିରୁ କୌଣସି ପ୍ରକାରର ମହାକାଶକୁ ମଣିଷ ପଠାଯାଇନାହିଁ। ତେଣୁ ପ୍ରାୟ ଗୋଟିଏ ଦଶନ୍ଧି ପରେ ପୁଣିଥରେ ଆମେରିକାରୁ ମିଶନ ମହାକାଶ ଆରମ୍ଭ ହୋଇଥାଆନ୍ତି।

ଏଥିପାଇଁ ନାସାର ଦୁଇ ମହାକାଶଚାରୀ ବବ ବେହନକେନ ଓ ଡୋଙ୍ଗ ହୁରଲୀ ଉକ୍ତ ମହାକାଶ ଯାନରେ ମଧ୍ୟ ପ୍ରବେଶ କରିଥିଲେ। ଲଞ୍ଚ ପାଇଁ ରକେଟ୍‌ର ତେଲକୁ ମଧ୍ୟ ଚାଲୁ କରାଯାଇଥିଲା। ସବୁ କିଛି ଠିକଠାକ ଚାଲିଥିଲା। ହେଲେ ଶେଷ ମୁହୂର୍ତ୍ତରେ ଏହି ଲଞ୍ଚକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିବା ମିଶନ ଡାଇରେକ୍ଟର ମାଇକ ଟେଲର କହିଛନ୍ତି।



from Odisha Reporter https://ift.tt/2TJeOFU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages