ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ଉଦ୍ଧାର ହେଲେ ୨୫ ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 27, 2020

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ଉଦ୍ଧାର ହେଲେ ୨୫ ଡାକ୍ତର

ମୁମ୍ବାଇ: ଦକ୍ଷିଣ ମୁମ୍ବାଇରେ ଥିବା ପାଞ୍ଚ ମହଲା ବିଶିଷ୍ଟ ଏକ ହୋଟେଲ ବୁଧବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ସମୟରେ ହୋଟେଲ ମଧ୍ୟରେ ଏକାଧିକ ଡାକ୍ତର ଫସି ରହିଥିଲେ। ଅଗ୍ନିଶମ ବାହୀନ ୨୫ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ନିଆଁକୁ ଆୟତ୍ତ କରିଛି।

ମହାମାରୀ କରୋନା ଭାଇରସ ଯୋଗୁ ମୁମ୍ବାଇ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। କରୋନା ରୋଗୀଙ୍କ ଚିକିତ୍ସା କରିବା କାର୍ଯ୍ୟରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରମାନଙ୍କୁ ସରକାରଙ୍କ ପକ୍ଷରୁ ବିଭିନ୍ନ ହୋଟେଲରେ ରଖାଯାଉଛି। ଏହି କ୍ରମରେ ୨୫ ଜଣ ଡାକ୍ତର ମେଟ୍ରୋ ସିନେମା ପାଖରେ ଥିବା ଫର୍ଚୁନ ହୋଟେଲରେ ରହୁଥିଲେ। ଗତକାଲି ରାଜି ପ୍ରାୟ ୨ଟା ପରେ ହଠାତ୍‌ ହୋଟେଲର ପ୍ରଥମ ମହଲାରେ ନିଆଁ ଲାଗିଯାଇଥିଲେ।

ଧୀରେଧୀରେ ଏହା ତୃତୀୟ ମହଲା ଯାଏ ବ୍ୟାପି ଯାଇଥିଲା। ଖବର ପାଇ ୮ଟି ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଥିଲେ।

ପ୍ରଥମେ ହୋଟେଲ ମଧ୍ୟରେ ରହିଥିବା ୨୫ ଜଣ ଡାକ୍ତରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ସମସ୍ତେ ଏବେ ସୁସ୍ଥ ଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ଶର୍ଟ ସର୍କିଟ ଯୋଗୁ ଏପରି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।



from Odisha Reporter https://ift.tt/3erlHnf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages