କରୋନା ଭାଇରସ ଚାଇନାର ‘ଭେରି ବ୍ୟାଡ୍‌ ଗିଫ୍ଟ’ ବୋଲି କହିଲେ ଟ୍ରମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 28, 2020

କରୋନା ଭାଇରସ ଚାଇନାର ‘ଭେରି ବ୍ୟାଡ୍‌ ଗିଫ୍ଟ’ ବୋଲି କହିଲେ ଟ୍ରମ୍ପ

ୱାଶିଂଟନ: ମହାମାରୀ କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଆମେରିକା ଏଥିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ପ୍ରାଣଘାତୀ ଭାଇରସ ଯୋଗୁ ବିଶ୍ୱରେ ପ୍ରାୟ ୩.୬ ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫୮ ଲକ୍ଷ ପାର କରିଛି। ଭାରତରେ ଏହି ଭାଇରସରେ ଲକ୍ଷେ ୬୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।

ଏସବୁ ଭିତରେ କରୋନା ଭାଇରସ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାକୁ ପୁଣିଥରେ ଦାୟୀ କରିଛନ୍ତି। କରୋନା ଯୋଗୁ ଆମେରିକାରେ ଲକ୍ଷେରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ପ୍ରାୟ ୧୭ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଟ୍ରମ୍ପ କହିଛନ୍ତି, କରୋନା ଭାଇରସ ଚାଇନାର ସବୁଠାରୁ ଖରାପ ଉପହାର।

କେବଳ ଏହି ଖରାପ ଉପହାର ଆମେରିକା ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହି ଖରାପ ଉପହାର ଆଗକୁ ଆଗକୁ ମାଡ଼ି ଚାଲିଛି। ଏହା ଆଦୌ ଭଲ କଥା ନୁହେଁ। ଆମେ ବର୍ତ୍ତମାନ ଏକ ଦୁଃଖଦ ମାଇଲଷ୍ଟୋନରେ ପହଞ୍ଚିଛୁ। ଦେଶରେ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ପାର କରିଛି। ସବୁ ଏହି ଖରାପ ଉପହାର ପାଇଁ ଘଟୁଛି ବୋଲି ସେ କହିଛନ୍ତି।



from Odisha Reporter https://ift.tt/3gxH8VE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages