ବାପା ସାଜିଲା ହତ୍ୟାକାରୀ; ହତ୍ୟା ପରେ ପୁଅକୁ ପୋତି ଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 28, 2020

ବାପା ସାଜିଲା ହତ୍ୟାକାରୀ; ହତ୍ୟା ପରେ ପୁଅକୁ ପୋତି ଦେଲା

ଆଠଗଡ଼(ନିଳକଣ୍ଠ ଦୋରା): ଜନ୍ମ କଲା ବାପା ସାଜିଲା ପୁଅର ହତ୍ୟାକାରୀ। ଏପରିକି ହତ୍ୟା ପରେ ସୁରାଗ ଯେପରି ନ ମିଳେ ସେଥିଲାଗି ବାଡ଼ି ପଛ ପଟେ ପୋତିଦେଲା ପୁଅର ମୃତଦେହ। ଗତ ୮ ଦିନ ପୂର୍ବେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି ପୁଲିସ୍‌ର ଜେରା ପରେ ସତ ସ୍ୱୀକାର କରିଛି ନର ପିଶାଚ ବାପା।

ମିଳିଥିବା ସୂଚନା ଅନୁଯାୟୀ, ୮ ଦିନ ହେଲାଣି ହତ୍ୟାର ଶିକାର ହୋଇଥିବା ଯୁବକଙ୍କୁ ଗାଁ ଲୋକେ ଦେଖିବାକୁ ପାଉ ନ ଥିଲେ। ଏପରିକି ପରିବାର ଲୋକଙ୍କୁ ପଚାରିବାରୁ ସେମାନେ ମଧ୍ୟ କିଛି ସ୍ପଷ୍ଟ ଭାବେ କହୁ ନ ଥିଲେ। ଏହାକୁ ନେଇ ସନ୍ଦେହ ହେବାରୁ ଗ୍ରାମବାସୀ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍‌ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ପରିବାର ସଦସ୍ୟଙ୍କୁ ପଚରାଉଚରା କରିବା ପରେ ପୁଅକୁ ହତ୍ୟା କରିଥିବା ଘଟଣା ଖୋଦ ବାପା ସ୍ୱୀକାର କରିଛି। ଏପରିକି ହତ୍ୟା ପରେ ପୁଅର ମୃତଦେହକୁ ବାଡ଼ି ପଟେ ପୋତା ଯାଇଥିବା ବେଳେ ପୁଲିସ୍‌ ମୃତଦେହ ଠାବ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

ଏହି ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି, ନା ବ୍ୟକ୍ତିଜଣକ ଏକୁଟିଆ ହତ୍ୟା ପରେ ମୃତଦେହ ପୋତି ଦେଲେ ତାହା ସ୍ପଷ୍ଟ ହୋଇ ନାହିଁ। ଅପରପକ୍ଷେ ହତ୍ୟାର କାରଣ ସମ୍ପର୍କରେ ପୁଲିସ୍‌ ପରିବାର ସଦସ୍ୟଙ୍କୁ ପଚରାଉଚରା କରୁଛି।



from Odisha Reporter https://ift.tt/2Mev7WZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages